ନାନା ପାଟେକରଙ୍କ ବିରୋଧରେ ମାମଲା ବନ୍ଦ

ମୁମ୍ବଇ : ଅଭିନେତା ନାନା ପାଟେକରଙ୍କ ବିରୋଧରେ ଅଭିନେତ୍ରୀ ତନୁଶ୍ରୀ ଦତ୍ତ ଆଣିଥିବା ଯୌନ ନିର୍ଯାତନା ଅଭିଯୋଗ ସମ୍ବନ୍ଧୀୟ ମାମଲାକୁ ମୁମ୍ବଇ ପୁଲିସ ବନ୍ଦ କରିଛି। ପାଟେକରଙ୍କ ବିରୋଧରେ କୌଣସି ପ୍ରମାଣ ମିଳି ନ ଥିବା ପୁଲିସ ଗୁରୁବାର ସ୍ଥାନୀୟ ଏକ କୋର୍ଟଙ୍କୁ ଅବଗତ କରିଛି। ଏଥିସହ ମାମଲାଟି ବନ୍ଦ ହୋଇଥିବା ଜଣାପଡିଛି। ୨୦୧୮ରେ ପାଟେକର ତାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ କରି ତନୁଶ୍ରୀ ୨୦୧୮ ଅକ୍ଟୋବରରେ ଏଫଅାଇଆର ରୁଜୁ କରିଥିଲେ। ତେବେ ପୁଲିସ କୋର୍ଟରେ ରିପୋର୍ଟ ଦାଖଲ କରିବା ସମ୍ବନ୍ଧରେ ତାଙ୍କୁ କୌଣସି ସୂଚନା ମିଳି ନାହିଁ ବୋଲି ତନୁଶ୍ରୀଙ୍କ ଓକିଲ କହିଛନ୍ତି। ଅନ୍ୟପଟେ ପୁଲିସର ଏଭଳି ପଦକ୍ଷେପ ନେଇ ଆଶ୍ଚର୍ଯ୍ୟ ହେବାର ନାହିଁ ବୋଲି ତନୁଶ୍ରୀ କହିଛନ୍ତି।

Comments are closed.