ଲୁଟେରା ବୋହୂ -ସୁଲତାନା ପୂଜା , ରିୟା, ସୀମା ଏମିତି ନାମ ବଦଳାଇ ….

ଭୋପାଳ – ଏବେ ଲେଡି ଲୁଟେରା ସକ୍ରିୟ । ବିଭିନ୍ନ ଢଙ୍ଗରେ ଲୋକଙ୍କ ଫସାଇବା ସହ ଲୁଟିବା ଏମାନଙ୍କ ଲକ୍ଷ୍ୟ । ନାମ ବଦଳାଇ ବିଭିନ୍ନ ବ୍ୟକ୍ତିଙ୍କୁ ବିବାହ ପ୍ରଲୋଭନ ଦେଇ ଲୁଟିଛନ୍ତି   ସୁନ୍ଦର ଦେଖାଯାଉଥିବା ଯୁବତୀ । ପୁଲିସ ଏହି ଯୁବତୀମାନଙ୍କୁ ଗିରଫ କରିବା ସହ ତାଙ୍କର ଲୁଟ୍‌ କରିବା ଢଙ୍ଗର ପର୍ଦ୍ଦାଫାସ କରିଛି ।

ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଏହି ଘଟଣା ଘଟିଛି । ଏହି ଦଳର ଜଣେ ଯୁବତୀ  ପ୍ରାୟ ୧୫ଟି ପରିବାରରେ କଳାକନା ବୁଲାଇଥିବା ଘଟଣା ସାମ୍ନାକୁ ଆସିଛି । ଲୁଟ୍‌ ପରେ ଏହି ଲେଡି ଲୁଟେରା ଜଣଙ୍କ ତାଙ୍କର ନାମକୁ ପରିବର୍ତ୍ତନ କରିଦେଇଥାଏ ।

ସୁଲତାନା, ବା ସୀମା ଖାନ୍‌ ଓରଫ ପୂଜା , ରିୟା,  ଏପରି ନାମ ରଖି ସେ ଲୋକଙ୍କମାନଙ୍କୁ ଫସାଇଥାଏ । ବିଭିନ୍ନ ସାମାଜିକ ଗଣମାଧ୍ୟମ ବା ସୋସିଆଲ୍‌ ମିଡିଆରେ ସେ ଲୋକମାନଙ୍କୁ ଫାସାଇଥାଏ । ତା ସହ କାମ କରୁଥିବା ଅନ୍ୟମାନେ ବିବାହ ଠିକ୍‌ କରି ଥାଆନ୍ତି । କିଛି ଦିନର ଚାଟିଂ ଏବଂ ମେସେଜ୍‌ପରେ ବିବାହ ପ୍ରସ୍ତାବ ଦେଇଥାଏ । ବିବାହର ଦୁଇ ଚାରି ଦିନ ଶଶୁର ଘରେ ରହିବା ପରେ ସେ ସେଠାରୁ ସମସ୍ତ ସୁନା ଗହଣା ଏବଂ ଟଙ୍କା ସହ ଚମ୍ପଟ ମାରିଥାଏ ।

ଏହି ସୁଲତାନାର ଚାରୋଟି ପିଲା  ଅଛନ୍ତି ।   ତା ସହ ଥିବା ଅନ୍ୟମାନେ ବିବାହ ହେଉ ନଥିବା ବ୍ୟକ୍ତିମାନଙ୍କୁ ଫସାଇ ଥାଆନ୍ତି । ବିବାହ ପରେ ସେ ଦୁଇ ଚାରି ଦିନରେ ବିଭିନ୍ନ ବାହାନା କରି ସେଠାରୁ ଚମ୍ପଟ ମାରିଥାଏ । ଦୁଇ ବର୍ଷ ତଳେ ସେ ଦିନେଶ ପାଣ୍ଡେ ନାମକ ବ୍ୟକ୍ତିଙ୍କୁ ଫସାଇଥିଲା । ବିବାହ ପରେ ତା  ଭାଉଜଙ୍କ ଅସ୍ତ୍ରୋପଚାର ହୋଇଛି କହି ସେଠାରୁ ଚାଲି ଆସିଥିଲା । ଦୁଇ ଲକ୍ଷ ନଗଦଟଙ୍କା  ସହ ସୁନା ଅଳଙ୍କାର ନେଇ ସେ ଫେରାର ହୋଇଯାଇଥିଲା । ଅନେକ ଦିନ ପର୍ଯ୍ୟନ୍ତ ନ ଫେରିବାରୁ ସେମାନଙ୍କର ସନ୍ଦେହ ହୋଇଥିଲା ।

ପରେ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ମାଷ୍ଟର ମାଇଣ୍ଡ ସହ ଦଳରେ ଥିବା ଅନ୍ୟ ଜଣେ ମହିଳାଙ୍କୁ ବି ଗିରଫ କରିଛି । ସେ ସମାନ କାମ କରୁଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.