କନକ ଦୁର୍ଗା ପୀଠରେ ଅଷ୍ଟପ୍ରହର ନାମ ଯଜ୍ଞ

ଗଞ୍ଜାମ: ଗଞ୍ଜାମ ବ୍ଲକ ଅନ୍ତର୍ଗତ ଖଟୁଆକୁଦା ଗ୍ରାମର ମା’ କନକ ଦୁର୍ଗା ପୀଠରେ ପବିତ୍ର ନବ ରାତ୍ର ପୂଜା ଅବସରରେ ଅଷ୍ଟପ୍ରହର ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଅଧିବାସ, କଳସ ଯାତ୍ରା ସୋମବାର ଦିନ ହୋଇଥିବା ବେଳେ ମଙ୍ଗଳବାର ସକାଳୁ ନାମ ଯଜ୍ଞ ଆରମ୍ଭ ହୋଇଥିଲା। ଏଥିରେ କଣ୍ଟିଆ ଗଡ଼, ନୀଳାଦ୍ରି ପୁର, ମୟୁର ପଦା, ବୋରିଗାଁ, ବାଲିବଗଡ଼, ଝାଡ଼ କୁଦା ଆଦି ବିଭିନ୍ନ ଗ୍ରାମର କୀର୍ତ୍ତନ ମଣ୍ଡଳୀ ଯୋଗ ଦେଇଥିଲେ। ସେହିପରି ତିନି ଦିନ ମା’ଙ୍କର ପୂଜା ଅର୍ଚ୍ଚନା ହୋଇଥିଲା। ବୁଧବାର ଦିନ ନାମ ଯଜ୍ଞ ସମାପନ ଓ ସନ୍ଧ୍ୟାରେ ପୂର୍ଣ୍ଣାହୂତି ହେବା ନେଇ ଆୟୋଜକଙ୍କ ପକ୍ଷରୁ ସୂଚନା ମିଳିଛି। ଏହି କାର୍ୟ୍ୟକୁ ପୁରୋହିତ ଫକୀର ମୋହନ ଦାଶ କରଥିବା ବେଳେ ନାମ ଯଜ୍ଞ କାର୍ଯ୍ୟକୁ ଗୋବିନ୍ଦ ବାବା ସମ୍ପାଦନ କରିଥିଲେ। ଖଟୁଆ କୁଦା ଗ୍ରାମ୍ୟ କମିଟି ଓ ଗ୍ରାମବାସୀ ଏହାକୁ ପରିଚାଳନା କରିଥିଲେ।

Comments are closed.