ରାଧାଶ୍ୟାମ ମହାପାତ୍ର ନାଲ୍‌କୋର ନୂଆ ମାନବସମ୍ବଳ ନିର୍ଦେଶକ

ଭୁବନେଶ୍ୱର : ନବରତ୍ନ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ନାଲ୍‌କୋ)ର ନୂତନ ନିର୍ଦେଶକ (ମାନବସମ୍ବଳ) ଭାବେ ରାଧାଶ୍ୟାମ ମହାପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହାପୂର୍ବରୁ ସେ ସେଣ୍ଟ୍ରାଲ୍ କୋଲ ଫିଲ୍ଡସ ଲିମିଟେଡ୍ (କୋଲ୍ ଇଣ୍ଡିଆ ଲିମିଟେଡର ଏକ ଅଂଶବିଶେଷ)ରେ ନିର୍ଦେଶକ (କାର୍ମିକ) ଭାବେ ଅବସ୍ଥାପିତ ଥିଲେ। ଶ୍ରୀ ମହାପାତ୍ରଙ୍କର ଶକ୍ତି, ତୈଳ ଓ କୋଇଲା କ୍ଷେତ୍ରରେ ବିଭିନ୍ନ କ୍ଷମତାରେ କାର୍ଯ୍ୟ କରିବାର ଦୃଢ ଅଭିଜ୍ଞତା ରହିଛି। ସେ ସଫଳତାର ସହ ବିବିଧ ଓ ଉଚ୍ଚପଦସ୍ଥ ଦାୟିତ୍ୱ ନିର୍ବାହ କରିଆସିଛନ୍ତି। ବ୍ରହ୍ମପୁରସ୍ଥ ଖଲ୍ଲିକୋଟ ମହାବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକ ଶିକ୍ଷା ଲାଭ ପରେ ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଇଣ୍ଡଷ୍ଟ୍ରିଆଲ୍ ରିଲେସନ୍ସ ଏବଂ ଲେବର୍ ୱେଲ ଫେୟାର୍ରେ ସ୍ନାତକୋତ୍ତର ଡିଗ୍ରୀ ଲାଭ କରିଛନ୍ତି। ସ୍ୱଚ୍ଛତା, ନେତୃତ୍ୱ ବିକାଶ ଏବଂ ଐକ୍ୟବଦ୍ଧ କାର୍ଯ୍ୟ ହେଉଛି ଶ୍ରୀ ମହାପାତ୍ରଙ୍କ କାର୍ଯ୍ୟର ବୈଶିଷ୍ଟ୍ୟ। ମାନବସମ୍ବଳ ସମ୍ବନ୍ଧୀୟ ବିଭିନ୍ନ କ୍ଷେତ୍ରରେ ଶ୍ରୀ ମହାପାତ୍ର କାର୍ଯ୍ୟ କରିଛନ୍ତି। ନାଲ୍‌କୋ ବୋର୍ଡରେ ଶ୍ରୀ ମହାପାତ୍ରଙ୍କ ଯୋଗଦାନ କମ୍ପାନୀକୁ ବଳିଷ୍ଠ ଓ ସମୃଦ୍ଧ କରିବ।

Comments are closed.