ନାଲ୍‍କୋ ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦ ହେଲେ ସିଆଇଆଇ ବାତ୍ୟା ପରିଚାଳନା କମିଟି ମୁଖ୍ୟ

ଭୁବନେଶ୍ୱର: ବାତ୍ୟା ଫୋନୀ ଦ୍ୱାରା ଓଡ଼ିଶାର ଅନେକ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଅନେକ ଜନସାଧାରଣ ପ୍ରଭାବିତ ହୋଇଛନ୍ତି। ଏପରି ସ୍ଥିତିରେ ଅନେକ ଶିଳ୍ପାସଂସ୍ଥା ଓ ଅନୁଷ୍ଠାନ ସହୟତା ଓ ଥଇଥାନ ପାଇଁ ଆଗେଇ ଆସିଥିବା ବେଳେ କନ୍‍ଫେଡେରେସନ୍‍ ଅଫ୍‍ ଇଣ୍ଡିଆନ୍‍ ଇଣ୍ଡଷ୍ଟ୍ରିଜ୍‍ (ସିଆଇଆଇ) ପକ୍ଷରୁ ଏକ ବାତ୍ୟା ପରିଚାଳନା କମିଟି ଗଠନ କରାଯାଇଛି। ଏହି ବାତ୍ୟା ପରିଚାଳନା କମିଟିର ଅଧ୍ୟକ୍ଷତା କରିବା ପାଇଁ ସିଆଇଆଇ ସାଧାରଣ ସମ୍ପାଦକ ନବରତ୍ନ ନାଲ୍‍କୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଡଃ ତପନ କୁମାର ଚାନ୍ଦଙ୍କୁ ଅନୁରୋଧ କରିଛନ୍ତି। ଡଃ ଚାନ୍ଦଙ୍କ ସହ ସିଆଇଆଇ (ପୂର୍ବାଞ୍ଚଳ)ର ଆଡ୍‍ମିରାଲ୍‍ ଶ୍ରୀ ଏ.କେ. ବର୍ମା ମଧ୍ୟ ଏହି ବାତ୍ୟା ପରିଚାଳନା କମିଟିରେ କାର୍ଯ୍ୟ କରିବେ।

ଡଃ. ଚାନ୍ଦ ସମସ୍ତ ଶିଳ୍ପାନୁଷ୍ଠାନ ତଥା ଅନ୍ୟାନ୍ୟ ସଂସ୍ଥାମାନଙ୍କୁ ବାତ୍ୟା ପରବର୍ତ୍ତୀ ରିଲିଫ୍‍ ଓ ଥଇଥାନ କାର୍ଯ୍ୟରେ ସହାୟତା କରିବା ପାଇଁ ଅନୁରୋଧ କରିଛନ୍ତି। ଏ ନେଇ ମେ ୧୧ରେ ଷ୍ଟିଅରିଂ କମିଟିର ଏକ ବୈଠକ ନାଲ୍‍କୋ ଭବନ ପରିସରରେ ଅନୁଷ୍ଠିତ ହେବ। ଏହି ବୈଠକରେ ଶିଳ୍ପାନୁଷ୍ଠାନର ପ୍ରତିନିଧିମାନଙ୍କୁ ଅଂଶଗ୍ରହଣ କରିବେ।

Comments are closed.