ପୁଲିସକୁ ବଡ ସଫଳତା,୨ ମାଓ କ୍ୟାଡର ମୃତ

0

ମାଲକାନଗିରି : ପୁଲିସକୁ ମାଓ ବିରୋଧୀ ଅପରେସନରେ ବଡ ସଫଳତା ମିଳିଛି । ମାଲକାନଗିରି ସୀମାନ୍ତ ଆଣ୍ଡ୍ରାପାଲିରେ  ଆନ୍ଧ୍ର ପୁଲିସର ଗ୍ରେ ହାଉଣ୍ଡ ଓ ଏସଓଜି ଯବାନଙ୍କ କମ୍ବିଂ ଅପରେସନରେ ଜଣେ ମହିଳା କ୍ୟାଡର ନିହତ ହୋଇଛି। ମୃତ ମହିଳା ନକ୍ସଲ ଜଣକ ଡିସିଏମ୍‌ କ୍ୟାଡରର ମୀନା ବୋଲି ଜଣାପଡ଼ିଛି।
ସେହିପରି ପୁଲିସ ମାଓବାଦୀ ଗୁଳି ବିନିମୟରେ ଛତିଶଗଡ ସୀମାନ୍ତ ସୁକୁମା ଜିଲାରେ  ଜଣେ ନକ୍ସଲ କମାଣ୍ଡରର ମୃତ୍ୟୁ ଘଟିଛି । ଚାନ୍ଦମେଟା ଜଙ୍ଗଲରେ ଡି.ଆର.ଜି ଓ ଏସ.ଟି.ଏଫ ଯବାନଙ୍କ ପକ୍ଷରୁ ଚାଲିଥିବା କୁମ୍ବିଂ ଅପରେସନ ହୋଇଥିଲା। ଏଥିରେ ଦରଭା ନକ୍ସଲ ଡିଭିଜନର ମିଲିସିଆ କମାଣ୍ଡର କବାସି ଦେବା ପ୍ରାଣ ହରାଇଥିବା ସୁକୁମା ଏସପି ଅଭିଷେକ ମୀନା ସୁଚନା ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି । ମାଓଶିବିର ଧ୍ବଂସ ହୋଇଥିବା ଜଣାପଡ଼ିଛି।

Leave A Reply