୨୫ ଗ୍ରାମବାସୀଙ୍କୁ ନକ୍ସଲଙ୍କ ମାଡ ଅଭିଯୋଗ

0

ମାଲକାନାଗିରି: ଓଡିଶା ସୀମାନ୍ତ ଛତିଶଗଡ ଦାନ୍ତେୱାଡା ଜିଲାରେ ନକ୍ସଲମାନଙ୍କ ତାଣ୍ଡବ ଦେଖିବାକୁ ମିଳିଛି । ଫୁଲପାଟ କୋଇଲାନ ପାରା କୁଆକୋଣ୍ଡା ଗ୍ରାମର ପ୍ରାୟ ୨୫ରୁ ଅଧିକ ଗ୍ରାମବାସୀଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି। ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ଅନ୍ୟମାନେ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛନ୍ତି । ନକ୍ସଲଙ୍କ ଭୟରେ ଅଧିକାଂଶ ଆହତ ଗ୍ରାମବାସୀ ଚିକତ୍ସା ପାଇଁ ଯିବାକୁ ରାଜି ହେଉନାହାନ୍ତି । ଏହା ସହ ନକ୍ସଲମାନେ ଆଖପାଖ ଅଞ୍ଚଳବାସୀଙ୍କୁ ହତ୍ୟା ଧମକ ଦେଇଛନ୍ତି ।

Leave A Reply