ବାଜୁଥିଲା ଡିଜେ ନଥିଲେ ବରଯାତ୍ରୀ – ବାହା ହେବାକୁ ଆସି ହଟ ହଟା ହେଲା ନକଲି ବର

କଣ୍ଟାବାଞ୍ଜି – ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଖଗସା ପଞ୍ଚାୟତ ସାଲେପଡା ଗ୍ରାମର ଜଣେ ଯୁବକ ଛଦ୍ମନାମରେ ନିଜକୁ ପ୍ରକାଶ ସାହୁ ବୋଲି ପରିଚୟ ଦେଇ ବିବାହ କରିବାକୁ ଯାଉଥିବା ବେଳେ ଧରାପଡି ଜେଲ୍‌ ଯାଇଛି । କଳାହାଣ୍ଡି ଜିଲ୍ଲା କୋକସରା ଅଂଚଳରେ ଏକ ସ୍କୁଲର ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ମିଛରେ ପରିଚୟ ଦେଇ ଏହି ଯୁବକ ବିବାହ କରିବା ପାଇଁ ଉଦ୍ୟମ କରିଥିଲା ।

ପୂର୍ବ ନିର୍ଦ୍ଧାରିତ ଯୋଜନା ମୁତାବକ ସେ ଏକୁଟିଆ ବର ବେଶରେ ଡ଼ି ଜେ ବାଜା ସହ ସୋମବାର ରାତି ରେ କନ୍ୟା ଗାଁ ଚାଉଳଶୁଖାରେ ପହଞ୍ଚିଥିଲା । ବିବାହ ପାଇଁ ସଜ ବାଜ ହେଉଥିବା ବେଳେ ବରଯାତ୍ରୀ ନଥିବା ରୁ କନ୍ୟା ଘର ଓ ଗାଁ ଵାଲା ସନ୍ଦେହ କରି, ବରକୁ ଅଟକାଇ ହଟହଟା କରିବା ସହ ପୁଲିସ କୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୁଲିସ ପହଁଚି ନକଲି ବରକୁ ଥାନାକୁ ଆଣି ତଦନ୍ତ ଆରମ୍ଭ କରି ଥିଲା । କନ୍ୟା ଘର ତରଫରୁ ଝିଅ ର ମା’ ଜଲୀ ସାହୁଙ୍କ ଲିଖିତ ଏତଲା କୁ ଭିତ୍ତି କରି, ଏକ ମାମଲା ରୁଜୁ କରିବା ସହ  ପୁଲିସ ନକଲି ବରକୁ ଗିରଫ କରିଛି । ସେ ପୂର୍ବରୁ ବିବାହିତ ବୋଲି ସୂଚନା ମିଳିଛି ।

 

ମିଛି ପରିଚୟ ଦେବା ସହ ଅନ୍ୟ ଏକ ଗାଁରେ ନିଜଘର କହି  ମିଛ ନାଟକ କରି ସେ ଝିଅର ବାପା ମାଆଙ୍କୁ ସେଠାକୁ ନେଇ ପ୍ରଭାବିତ କରିଥିଲା । ମାତ୍ର ଏକୁଟିଆ ବାଜା ବଜାଇ ବାହା ହେବାକୁ ପହଞ୍ଚିବାରୁ ସନ୍ଦେହ ହୋଇଥିଲା। ସେ ଆଣିଥିବା ସମସ୍ତ ସୁନାଗହଣା ମଧ୍ୟ ନକଲି ବୋଲି ଜଣା ପଡିଛି । ଏବେ ଜେଲ୍‌ ଯାଇଛି ନକଲି ବର ।

Comments are closed.