ନଖରୁ ଜାଣନ୍ତୁ ଆପଣ କେଉଁ ରୋଗରେ ଆକ୍ରାନ୍ତ

0

ନଖ ଆମ ଶରୀରର ଏକ ଅଂଶ। ଏହା ହାତକୁ ସୁନ୍ଦର ମଧ୍ୟ କରିଥାଏ। ତେବେ ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ ଯେ ଶରୀରର ରୋଗ ସହିତ ନଖର ସମ୍ପର୍କ ରହିଛି। ଏକ ଗବେଷଣାରୁ ଜଣାପଡିଛି ଯେ, ଶରୀରର ରୋଗ ଅନୁସାରେ ନଖର ରଙ୍ଗରେ ପରିବର୍ତ୍ତନ ଆସିଥାଏ।

ଗବେଷଣାରୁ ଜଣାପଡ଼ିଛି, ଯଦି ନଖର ରଙ୍ଗ ଧଳା ପଡ଼ିଯାଉଛି ତାହା ଲିଭରରେ କିଛି ସମସ୍ୟାକୁ ସୂଚିତ କରିଥାଏ। ଦୀର୍ଘଦିନ ଧରି ନଖର ଅବସ୍ଥା ଏପରି ରହିଲେ ଗୁରୁତର ହେପାଟାଇଟିସ୍ ହୋଇଥିବାର ଆଶଙ୍କା ରହିଥାଏ। ନଖର ରଙ୍ଗ ହଳଦିଆ ଦେଖା ଯାଉଥିଲେ ଓ ରଙ୍ଗ ଧୀରେ ଧୀରେ ଗାଢରୁ ଅଧିକ ଗାଢ ହେବାରେ ଲାଗିଲେ ଏହା ଫୁସ୍‌ଫୁସ୍‌ ସଂକ୍ରମଣକୁ ସୂଚିତ କରିଥାଏ। ଏଭଳି ସ୍ଥିତି ମଧ୍ୟ ଜଣ୍ଡିସ୍‌ ବା କାମଳ ରୋଗର ଲକ୍ଷଣ ହୋଇପାରେ। ନଖର ରଙ୍ଗ ଅଧେ ସଫା ଓ ଅଧେ ଗୋଲାପୀ ଦେଖାଗଲେ ତାହା ମଳଦ୍ୱାର ସମସ୍ୟାକୁ ସୂଚିତ କରେ। ନଖର ଉପର ଅଂଶ ହଳଦିଆ ଥାଇ ତଳ ଅଂଶ ଧଳା ପଡ଼ି ଯାଉଥିଲେ, ଏହା ରକ୍ତହୀନତାକୁ ସୂଚାଏ।

ଗବେଷକଙ୍କ କହିବା ଅନୁସାରେ, ଶରୀରରେ ଦେଖା ଦେଉଥିବା ବିଭିନ୍ନ ରୋଗ ଦ୍ୱାରା ବିଭିନ୍ନ ହରମୋନ୍‌ ତଥା ରାସାୟନିକ ପଦାର୍ଥ କ୍ଷରଣରେ ଅନିୟମିତତା ସୃଷ୍ଟି ହୋଇଥାଏ। ଯଦ୍ବାରା ଏହାର ପ୍ରଭାବ ନଖ ଉପରେ ପଡ଼ିଥାଏ।

Leave A Reply