ପ୍ରଭୁ ଶ୍ରୀରାମଙ୍କ ସହ ଜ୍ୟୋତିରାଦିତ୍ୟଙ୍କ ତୁଳନା କଲେ ନଗମା

0

ଶିବପୁରୀ : କଂଗ୍ରେସର ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା ତଥା ଅଭିନେତ୍ରୀ ନଗମା ରବିବାର ଏକ ନିର୍ବାଚନୀ ସଭାରେ ପ୍ରଭୁ ଶ୍ରୀରାମଙ୍କ ସହ କଂଗ୍ରେସର ସାଂସଦ ଜ୍ୟୋତିରାଦିତ୍ୟଙ୍କ ତୁଳନା କରିଛନ୍ତି। ଶିବପୁରୀଠାରେ ଆୟୋଜିତ ନିର୍ବାଚନୀ ସଭାରେ ଉଦ୍‍ବୋଧନ ଦେଇ ନଗମା କହିଥିଲେ ଯେ ମନୁଷ୍ୟ ଟଙ୍କାରେ ନୁହେଁ କର୍ମରେ ଧନୀ ହେବା ଉଚିତ୍‍। ରାମଜୀ ରାଜା ଦଶରଥଙ୍କ ପୁତ୍ର ଥିଲେ। ସେ ଶବରୀର ଅଇଁଠା ଖାଇବା ସହ ଗରିବଙ୍କୁ ଆଲିଙ୍ଗନ କରିଥିଲେ। ସେହିଭଳି ଆମ ଜ୍ୟୋତିରାଦିତ୍ୟ ସିନ୍ଧିଆ ଅଟନ୍ତି। ସେ ପ୍ରଭୁ ଶ୍ରୀରାମଙ୍କ ପରି ଗରିବଙ୍କୁ ଆଲିଙ୍ଗନ କରନ୍ତି ଏବଂ ନିଜ ସହ ନେଇ ଚାଲନ୍ତି।
ଏହା ପୂର୍ବରୁ ନଗମାଙ୍କ ସ୍ୱାଗତକୁ ନେଇ କଂଗ୍ରେସର କିଛି ନେତାଙ୍କ ମଧ୍ୟରେ ମଞ୍ଚଳରେ ବଚସା ହୋଇଥିଲା।

Leave A Reply