ନାଗାଲ୍ୟାଣ୍ଡ୍‍ ଆଉ ୬ ମାସ ପାଇଁ ଗଣ୍ଡଗୋଳିଆ ଅଞ୍ଚଳ ଘୋଷିତ

କେନ୍ଦ୍ର ସରକାର ସମଗ୍ର ନାଗାଲ୍ୟାଣ୍ଡ୍‍କୁ ଆଉ ୬ ମାସ ପାଇଁ ଗଣ୍ଡଗୋଳିଆ ଅଞ୍ଚଳ ଭାବେ ଘୋଷଣା କରିଛନ୍ତି। ଫଳରେ ୨୦୨୦ ଡିସେମ୍ବର ମାସ ଶେଷ ପର୍ଯ୍ୟନ୍ତ ନାଗାଲ୍ୟାଣ୍ଡ୍‍ ଏକ ଗଣ୍ଡଗୋଳିଆ ଅଞ୍ଚଳ ଭାବେ ବିବେଚିତ ହେବ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି, ସମଗ୍ର ନାଗାଲ୍ୟାଣ୍ଡ୍‍ ଅଞ୍ଚଳ ଏଭଳି ଏକ ଗଣ୍ଡଗୋଳିଆ ଅଞ୍ଚଳରେ ପରିଣତ ହୋଇଛି ଓ ବିପଜ୍ଜନକ ସ୍ଥିତିରେ ପହଞ୍ଚିଛି, ସେଠାରେ ପ୍ରଶାସନିକ କାର୍ଯ୍ୟପାଇଁ ସଶସ୍ତ୍ର ବାହିନୀର ପ୍ରୟୋଗ ଅପରିହାର୍ଯ୍ୟ ହୋଇପଡ଼ିଛି।

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି, ୧୯୫୮ ସଶସ୍ତ୍ର ବାହିନୀ ସ୍ୱତନ୍ତ୍ର କ୍ଷମତା ଆଇନର ଧାରା ୩ ଅନୁସାରେ କେନ୍ଦ୍ର ସରକାର ସମଗ୍ର ରାଜ୍ୟକୁ ଗଣ୍ଡଗୋଳିଆ ଅଞ୍ଚଳ ଭାବେ ଘୋଷଣା କରିଛନ୍ତି।

Comments
Loading...