୧ ନିୟୁତ ୟୁରୋ ଦାନ କଲେ ନାଦାଲ୍‌

0

ମାଦ୍ରିଦ୍‌ : ସ୍ପେନ୍‌ର ତାରକା ପୁରୁଷ ଟେନିସ୍‌ ଖେଳାଳି ରାଫେଲ୍‌ ନାଦାଲ ମାର୍ଲେକା ବନ୍ୟାପୀଡ଼ିତଙ୍କ ସହାୟତା ନିମନ୍ତେ ୧ ନିୟୁତ ୟୁରୋ ଦାନ କରିଛନ୍ତି। ନାଦାଲ୍‌ ମାନାକୋର ସହରର ବାସିନ୍ଦା ହୋଇଥିବା ବେଳେ ଏହାର କିଛିଦୂରରେ ଥିବା ମାର୍ଲୋକା ସହର ଦେଇ ଯାଇଥିବା ନଦୀରେ ଗତ ଅକ୍ଟୋବରରେ ପ୍ରଳୟକାରୀ ବନ୍ୟା ଆସିବାରୁ ୧୩ ଜଣ ପ୍ରାଣ ହରାଇଥିଲେ।
ବନ୍ୟାପୀଡ଼ିତଙ୍କ ସହାୟତା ନିମନ୍ତେ ୧୭ଥର ଗ୍ରାଣ୍ଡସ୍ଲାମ୍‌ ଜିତିଥିବା ନାଦାଲ୍‌ ୧ ନିୟୁତ ୟୁରୋ ଦାନ କରିଥିବା ମାର୍ଲୋକାର ମେୟର ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଉଲ୍ଲେଖଥାଉକି ବନ୍ୟାରେ ଅନେକ ଲୋକ ବାସହରା ହୋଇପଡ଼ିଥିବା ବେଳେ ନାଦାଲ ମାର୍ଲୋକା ସହରରେ ଥିବା ନିଜସ୍ବ ଟେନିସ ଏକାଡେମୀରେ ସେମାନଙ୍କର ରହିବା ପାଇଁ ବନ୍ଦୋବସ୍ତ କରିଥିଲେ। ନାଦାଲଙ୍କ ଏପରି ବଦାନ୍ୟତା ପାଇଁ ମାର୍ଲୋକା ବାସିନ୍ଦା ଓ ମେୟର ଧନ୍ୟବାଦ ଅର୍ପଣ କରିଛନ୍ତି।

Leave A Reply