ଏନଏସି ପକ୍ଷରୁ ସ୍ୱଚ୍ଛସର୍ବେକ୍ଷଣ ଶିବିର

ବରପାଲି : ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ୱଚ୍ଛ ସର୍ବେକ୍ଷଣ ଶିବିର କୋଭିଡ଼ ନୀତି ନିୟମ ପାଳନ ମାଧ୍ୟମରେ ଉତ୍ସବ ପାଳିତ ହୋଇଯାଇଛି। ବୁଧବାର ପୁର୍ବାହ୍ନ ସମୟରେ ମୁଖ୍ୟ ଅତିଥି ରୂପେ ବିଜେପୁର ବିଧାୟିକା ରିତା ସାହୁ ଦ୍ୱିପ ପ୍ରଜ୍ୱଳନ ମାଧ୍ୟମରେ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ। ସ୍ଥାନିୟ ବିଜ୍ଞାପିତ ଅଚଂଳ ପରିଷଦ କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ଉପଜିଲ୍ଲାପାଲ ପ୍ରଭାସ କୁମାର ଦଣ୍ଡସେନାଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା। ସମ୍ମାନିତ ଅତିଥି ଭାବରେ ସ୍ଥାନିୟ ତହସିଲଦାର ଅକ୍ଷୟ କୁମାର ବାଗ,କେନାଲ ଡ଼ିଭିଜନ ଉପଖଣ୍ଡ ଯନ୍ତ୍ରୀ ଉମେଶ ସେଠ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ମେହେର ସ୍ୱାଗତ ଜଣାଇବା ସହ ଶିବିରର ମୂଳ ଉଦେଶ୍ୟ ସମ୍ପର୍କରେ ଉପସ୍ଥାପନ କରିଥିଲେ। ଉପଜିଲ୍ଲାପାଲ ଦଣ୍ଡସେନା ପରିଷଦ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଜନ ହିତକର କାର୍ଯ୍ୟକ୍ରମ ଓ ହାତକୁ ନେଇଥିବା ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ଆଲୋକପାତ କରିଥିଲେ। ସେହିପରି କର୍ମଚାରୀ ଏବଂ ମହିଳା କର୍ମୀ ମାନଙ୍କୁ ଶୃଙ୍ଖଳାଗତ କାର୍ଯ୍ୟକଳାପ ସହ ସହଯୋଗୀ ମନୋଭାବ ନେଇ ଲୋକସମ୍ପର୍କ ସ୍ଥାପନ କରିବାକୁ ପ୍ରବର୍ତ୍ତାଇଥିଲେ। ସଭାରେ ଉପସ୍ଥିତ ପରିଷଦ ଅର୍ନ୍ତଗତ ବିଭିନ୍ନ ମହିଳା ଗୋଷ୍ଠି ସଂଗଠିକା ମାନେ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ମାଧ୍ୟମରେ ସ୍ୱାଗତ ଜଣାଇଥିଲେ। ସେହିପରି ବର୍ଯ୍ୟବସ୍ତୁ ପରିଚାଳନା ଓ ବର୍ଯ୍ୟଦ୍ରବ୍ୟ ପୂର୍ନଃଲାଭ ପ୍ରକଳ୍ପର ଉନ୍ନୟନ ସମ୍ବନ୍ଧରେ ଆଲୋଚନା ହୋଇଥିଲା। ଏହି ଅବସରରେ ସ୍ୱଚ୍ଛ ସର୍ବେକ୍ଷଣ ତାଳିମ ନେଇଥିବା ୮୦ଜଣ  ସଫେଇ କର୍ମଚାରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ପରିଚାଳନାରେ ନିତ୍ୟାନନ୍ଦ ସାହୁ,କନିଷ୍ଠ ଯନ୍ତ୍ରୀ ଶିବ ଶଙ୍କର ଗିରି,ତେଜସ୍ୱିନୀ ମହାରଣା,ଅଜିତ ମେହେର,ଫକିର ବେହେରା,ସୁଦିପ୍ତ ପଧାନ,ବାବୁଲୁ ବେହେରା,ଗୁଣନିଧି ବାଗ,ତୁଳସିରାମ ମେହେର,ଜଗାନନ୍ଦ ବେହେରା,କୃତ୍ତିବାସ ଥପା,କୃପାସିନ୍ଧୁ କୁମ୍ବାର,ପରବିନ ବିବି,ଲକ୍ଷ୍ମୀ ମହାନନ୍ଦ,ଧର୍ମୁ ମେହେର,ଯୋଗେଶ୍ୱର ପ୍ରଧାନ ପ୍ରମୁଖ ସହାୟତା କରିଥିଲେ।

Comments are closed.