ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ସମ୍‌ କୋଭିଡ ହସ୍ପିଟାଲରେ ଭର୍ତ୍ତି

ନବରଙ୍ଗପୁର : ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ କିଛିଦିନ ହେବ କରୋନାରେ ଆକ୍ରାନ୍ତ ହୋଇ ଡାକ୍ତରଙ୍କ ପରାମର୍ଶ ନେଇ ହୋମ ଆଇସୋଲସେନରେ ଉମରକୋଟ ନିଜ ବାସଭବନରେ ରହୁଥିଲେ। ଗତ କାଲି ରାତ୍ରିରେ ସେ ଟିକେ ଅସୁସ୍ଥତା ଅନୁଭବ କରିବାରୁ ଆଜି ସକାଳରେ ଆମ୍ବୁଲାନ୍ସ ଯୋଗେ ନବରଙ୍ଗପୁର କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ନବରଙ୍ଗପୁର କୋଭିଡ ହସ୍ପିଟାଲରେ ଡାକ୍ତର ତାଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିବା ପରେ ସାଂସଦଙ୍କୁ ପରବର୍ତୀ ଚିକିତ୍ସା ପାଇଁ ଭୁବନେଶ୍ୱର ସମ୍ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ତାଙ୍କ ସାନ ଭାଇ ତଥା ଝରୀଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ ସୂଚନା ଦେଇଛନ୍ତି ।

Comments are closed.