‘ଫନି’ ପୀଡିତଙ୍କ ପାଇଁ ସହାୟତାର ହାତ ବଢାଇଲେ ପୂର୍ବତନ ନବୋଦୟ ଛାତ୍ରଛାତ୍ରୀ

କଟକ : ବାତ୍ୟା ‘ଫନି’ ବହୁଲୋକଙ୍କ ଜୀବନକୁ ପ୍ରଭାବିତ କରିଛି । ସୂଚନା ଅନୁସାରେ ନବୋଦୟ ବିଦ୍ୟାଳୟର ପୂର୍ବତନ ଛାତ୍ରଛାତ୍ରୀ ବାତ୍ୟା ପ୍ରଭାବିତ ଲୋକଙ୍କ ପାଇଁ ସହାୟତାର ହାତ ବଢାଇଛନ୍ତି । ଏହି ଛାତ୍ରଛାତ୍ରୀ ମାନେ ମଙ୍ଗଳବାର କଟକର ଏକ ବସ୍ତିରେ ବାତ୍ୟା ବିପନ୍ନ ମାନଙ୍କୁ ସ୍ୱଚ୍ଛ ଜଳ ଯୋଗାଇ ଦିଆଯାଇଛି । ୫ହଜାର ଲିଟର ଏକ ପାଣି ଟ୍ୟାଙ୍କର ନେଇ ସଂଘର କର୍ମକର୍ତ୍ତା ପ୍ରତିଟି ଲୋକଙ୍କ ଘର ସାମ୍ନାରେ ପିଇବା ପାଣି ଯୋଗାଇ ଦେଇଥିଲେ । ଏହାବ୍ୟତୀତ ଏହି ଛାତ୍ରଛାତ୍ରୀ ମାନେ ଭୁବନେଶ୍ୱରରେ ମଧ୍ୟ ସମାନ କାର୍ଯ୍ୟକ୍ରମ ସହ ରିଲିଫ ବଣ୍ଟନ, ସ୍ୱାସ୍ଥ୍ୟ ଶିବିର ଆଦି ପଦକ୍ଷେପ ନେଉଛନ୍ତି ।

Comments are closed.