ଜୋର ଧରିଲା ନିଟ ଓ ଜେଇଇ ପରୀକ୍ଷା ବନ୍ଦ ଦାବି, ମୋଦୀଙ୍କ ସହ କଥା ହେଲେ ନବୀନ

କରୋନା ପରିସ୍ତିତିକୁ ଦୃଷ୍ଟିରେ ରଖି ଦେଶରେ ନିଟ ଏବଂ ଜେଇଇ ପ୍ରବେଶିକା ପରୀକ୍ଷା ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇଛନ୍ତି। ବିଶେଷ ଭାବରେ ଓଡ଼ିଶାରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ଓ ଏବେ ଲଘୁଚାପ ଜନିତ ବର୍ଷା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ନବୀନ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରି କହିଛନ୍ତି ଯେ ଏଭଳି ସମୟରେ ପରୀକ୍ଷା କରାଗଲେ ଛାତ୍ରଛାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେବେ।

ଦୁଇ ଦିନ ପୂର୍ବରୁ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ମଧ୍ୟ ଏକ ଚିଠି ଲେଖି ପରୀକ୍ଷା ବନ୍ଦ କରିବା ଲାଗି ଅନୁରୋଧ କରିଥିଲେ। ସେ ଦର୍ଶାଇଥିଲେ ଯେ କରୋନା କଟକଣା ଯୋଗୁ ପରିବହନ ବ୍ୟବସ୍ଥା ବନ୍ଦ ରହିଛି ତେଣୁ ପରୀକ୍ଷାର୍ଥୀମାନେ ଅନ୍ୟ ସହରରେ ରହି ପରୀକ୍ଷା ଦେବା ସମ୍ଭବ ନୁହେଁ। ଏହାଛଡା ଏହି ପରୀକ୍ଷା ପାଇଁ ରାଜ୍ୟର ସମସ୍ତ ଜିଲ୍ଲାରେ ପରୀକ୍ଷା କେନ୍ଦ୍ର କରିବାକୁ ମଧ୍ୟ ସେ ଚିଠିରେ ଅନୁରୋଧ କରିଥିଲେ।

Comments are closed.