ସିବିଏସିଇ ପରୀକ୍ଷା ଫିସ୍‍ ବୃଦ୍ଧିନେଇ କେନ୍ଦ୍ରମାନବ ସମ୍ବଳମନ୍ତ୍ରୀଙ୍କୁ ନବୀନଙ୍କ ଚିଠି, ନବୀନଙ୍କୁ କେଜରିୱାଲଙ୍କ ସମର୍ଥନ

ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସିଇ)ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫି ବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବର୍ଦ୍ଧିତ ପରୀକ୍ଷା ଫି ର ପୁନର୍ବିଚାର କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ନବୀନ ପଟ୍ଟନାୟକଙ୍କୁ  ଏହି ପ୍ରସଙ୍ଗରେ ସମର୍ଥନ କରିଛନ୍ତି ଦିଲ୍ଲିୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ।

 

ଏକ ଟ୍ଵିଟ କରି କେଜରିୱାଲ ଲେଖିଛନ୍ତି ଯେ ସେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଦାବିକୁ ସମର୍ଥନ କରୁଛନ୍ତି । ଏ ନେଇ କେନ୍ଦ୍ର ସରକାର ଏକ ସକାରାତ୍ମକ ପଦକ୍ଷେପ ନେବେ ବୋଲି ସେ ଆଶା କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ସିବିଏସିଇ ଏସସି ଓ ଏସଟି ପିଲାଙ୍କ ଫି ୨୪ ଗୁଣା ବୃଦ୍ଧି କରାଯାଇଥିଲା। ଯାହା ସମସ୍ତଙ୍କୁ ଚକିତ କରିଥିଲା କାରଣ ପୂର୍ବରୁ ଏସସି ଓ ଏସଟି ଛାତ୍ରଛାତ୍ରୀ ପରୀକ୍ଷା ଫିସ୍‍ ୫୦ ଟଙ୍କା ଦେଉଥିବା ବେଳେ ଏହା ବୃଦ୍ଧିପାଇ ୧୨ ଶହ ଟଙ୍କା ହୋଇଥିଲା। ସେହିପରି ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫିସ୍‍ ୭୫୦ ଟଙ୍କା ଥିବାବେଳେ ତାହା ବୃଦ୍ଧିକରାଯାଇ ୧୫ ଶହ ଟଙ୍କା କରାଯାଇଥିଲା। ସେହିପରି ମାଇଗ୍ରେସନ୍ ଫି ୧୫୦ ଟଙ୍କା ବଦଳରେ ୩୫୦ ଟଙ୍କା ଦେବାକୁ ପଡ଼ିବ ବୋଲି ସିବିଏସିଇ ପକ୍ଷରୁ ସୂଚନା ଦିଆଯାଇଥିଲା।

Comments are closed.