ରାଜନୀତିରୁ ଅବସର ପରେ ସାହିତ୍ୟ କଥା ଚିନ୍ତା କରିବି : ନବୀନ ପଟ୍ଟନାୟକ

ଭୁବନେଶ୍ୱର: କାଶ୍ମୀରରୁ ଧାରା ୩୭୦ ହଟିବା ଏକ ଭଲ ପଦକ୍ଷେପ ଏଥିପାଇଁ ବିଜେଡି କେନ୍ଦ୍ର ସରକାରଙ୍କୁ ସମର୍ଥନ କରିଛି। ରାଜନିତୀରୁ ଅବସର ପରେ ସାହିତ୍ୟ କଥା ଚିନ୍ତା କରିବି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ତେବେ ମୋର ଉତ୍ତରାଧିକାରୀ ଓଡିଶାର ଜନସାଧାରଣ ବାଛିବେ ବୋଲି ସେ ମତ ଦେଇଛନ୍ତି। ରବିବାର ଭୁବନେଶ୍ୱର ଠାରେ ଇଂରାଜୀ ସମ୍ବାଦପତ୍ର ଦି ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ୍‍ ର ଲିଟେରାରୀ ଫେଷ୍ଟିଭାଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ନିଜ ଅଭିଭାଷଣ କହିଥିଲେ ସାମାଜିକ ବିକାଶ ପାଇଁ ସାହିତ୍ୟ ଅପରିହାର୍ଯ୍ୟ ଏଥିସହିତ ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ ଓଡିଆ ସାହିତ୍ୟର ବହୁ ପ୍ରଥିତଯଶାଙ୍କ ନାମ ସ୍ମରଣ କରିଥିଲେ।
ଅଭିଭାଷଣ ପରେ ଦି ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସର ସମ୍ପାଦକୀୟ ନିର୍ଦ୍ଦେଶକ ପ୍ରଭୁ ଚାୱଲାଙ୍କ କେତେକ ପ୍ରଶ୍ନର ଉତ୍ତର ଦେଇ କହିଥିଲେ ଯେ କାଶ୍ମୀରରୁ ଧାରା ୩୭୦ ହଟିବା ଏକ ଐତିହାସିକ ପଦକ୍ଷେପ ତେଣୁ ଆମେ ଏନଡିଏ ସରକାରକୁ ସମର୍ଥନ କରିଛୁ। ଏଥି ସହିତ ଆମ ସରକାର ବର୍ତ୍ତମାନ ଓଡିଶାର ବିକାଶ କଥା ଚିନ୍ତା କରିଛି ଏଥି ପାଇଁ ୫-ଟି ଉପରେ କାର୍ଯ୍ୟ କରାଯାଉଛି। ଅନ୍ୟ ଏକ ପ୍ରଶ୍ନରେ  ପ୍ରଭୁ ଚାୱଲା ନବୀନଙ୍କୁ ତାଙ୍କ ଫିଟନେସର ରହସ୍ୟ ପଚାରିବାରୁ ନବୀନ କହିଥିଲେ ମୁଁ ସ୍ବଳ୍ପ ଆହାର ସହ ଦିନକୁ ୨ଥର ବ୍ୟାୟମ କରେ। ଅନ୍ୟ ଏକ ପ୍ରଶ୍ନରେ ନିର୍ବାଚନ ପରେ ମୋଦୀଙ୍କ ସହ ସମ୍ପର୍କକୁ ନେଇ ନବୀନ କହିଥିଲେ ଆମେ ଉଭୟ ଗଠନମୂଳକ ବିକାଶରେ ବିଶ୍ଵାସ କରୁ।  ଏଥି ସହିତ ପ୍ରଭୁ ଚାୱଲା ନବୀନଙ୍କୁ ଓଡିଶାର ବିରାଟ କୋହଲି ବୋଲି କହିଥିଲେ।

Comments are closed.