ନାବାର୍ଡର ରାଜ୍ୟକୁ ୯୦,୩୯୫ ​କୋଟି ଋଣ ଯୋଜନା

ନାବାର୍ଡ ​‌ଷ୍ଟେଟ୍‌ ଫୋକସ୍‌ ପେପର ଉ​ନ୍ମୋଚିତ

ଭୁବନେଶ୍ବର : ୨୦୨୦-୨୧ର ଆର୍ଥିକବର୍ଷ ପାଇଁ ରାଷ୍ଟ୍ରୀୟ କୃଷି ଏବଂ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ) ପକ୍ଷରୁ ଓଡ଼ିଶା ପାଇଁ ୯୦,୩୯୫ ​କୋଟିର ଋଣ ଯୋଜନା ରଖାଯାଇଛି । ଏଥିରୁ ଅଗ୍ରାଧିକାର କ୍ଷେତ୍ର ପାଇଁ ୪୩,୨୮୨.୧୧ ​କୋଟି ଟଙ୍କାର ଅର୍ଥ ବ୍ୟବସ୍ଥା କରାଯାଇଛି। ଆହୁରିମଧ୍ୟ ୯୦,୩୯୫ ​କୋଟିର ଋଣ ଯୋଜନା ମଧ୍ୟରୁ କୃଷି କ୍ଷେତ୍ର ପାଇଁ୪୭.୮୮% ଅର୍ଥ ରଖାଯାଇଛି। ତେବେ ୨୦୧୯-୨୦ରେ ନାବାର୍ଡ ରାଜ୍ୟ ପାଇଁ କରିଥିବା ​ମୋଟ ଋଣ ଯୋଜନା ତୁଳନାରେ ଏହା ୨୦% ଅଧିକ ଥିବା ଜଣାଯାଇଛି। ନାବାର୍ଡ ପକ୍ଷରୁ ୨୦୨୦-୨୧ ଆର୍ଥିକବର୍ଷ ପାଇଁ ରାଜ୍ୟ ଋଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଯୋଗଦେଇ ନାବାର୍ଡ ​‌ଷ୍ଟେଟ୍‌ ଫୋକସ୍‌ ପେପର ଉନ୍ମୋଚନ କରିଥିଲେ। ଏହି ଅବସରରେ ଶ୍ରୀ ପୂଜାରୀ ରାଜ୍ୟର କୃଷି କ୍ଷେତ୍ରକୁ ଅଧିକ ପ୍ରାଥମିକତା ଆବଶ୍ୟକତା ଥିବା କହିଥିଲେ। ପଶୁ ସମ୍ପଦ, କୁକୁଡା ପାଳନ ଏବଂ ମତ୍ସ୍ୟ ଚାଷ ଭଳି କ୍ଷେତ୍ରକୁ ଅଧକ ଋଣ ଯୋଗାଣର ଆବଶ୍ୟକତା ରହିଥିବା ସେ କହିଛନ୍ତି। ସରକାରଙ୍କୁ ସହାୟତା ଦେବାକୁ ଯାଇ ଏଠାରେ ବ୍ୟାଙ୍କିଙ୍ଗ୍‌ ସୁବିଧା ନ ଥିବା ଅଞ୍ଚଳରେ ସେବା ଯୋଗାଇଦେବାକୁ ସେ ବ୍ୟାଙ୍କଗୁଡିକୁ ପରାମର୍ଶ ଦେଇଥିଲେ। ଏହାଛଡା ରାଜ୍ୟରେ ଡିଜିଟାଲ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍‌ତା ସଂହ ଆର୍ଥିକ ପ୍ରତିଷ୍ଠାଗୁଡଢିକର ପ୍ରସାରେ ଘଟାଇବାକୁ ସେ କହିଥିଲେ। ଏଥିରେ ଅର୍ଥ ବିଭାଗର ପ୍ରମୁଖ ସଚିବ ଏ.କେ. ମୀନା କହିଲେ, ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଯୋଜନାରେ ଅବଧି ବିଶିଷ୍ଟ କୃଷି ଋଣ ଯୋଗାଣ ବୃଦ୍ଧି କରିବାକୁ ବାଣିଜ୍ୟିକ ବ୍ୟାଙ୍କଗୁଡିକୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ଆର୍‌ବିଆଇର ଆଞ୍ଚଳିକ ନିର୍ଦେଶକ ଏମ୍.କେ. ମଲ୍ଲ, ନାବାର୍ଡ ସିଜିଏମ୍‌ ଏ. ଚନ୍ଦ୍ରଶେଖର, ଏସ୍‌ବିଆଇ ସିଜିଏମ୍‌ ପ୍ରବୀଣା କାଲ୍ଲା,ଏସ୍‌ଏଲ୍‌ବିସି ଜିଏମ୍‌ ସଞ୍ଜୟ କୁମାର ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.