ଅବକାରୀ ଚଢାଉ: ୩ହଜାର ଲିଟର ମହୁଲ ପୋଚ ସହ ୭୫ଲିଟର ମଦ ଜବତ ୩ଗିରଫ

ନବରଙ୍ଗପୁର: ନବରଙ୍ଗପୁର ଜିଲା ଆରକ୍ଷୀ ଅଧିକ୍ଷକ ସନ୍ତୋଷ କୁମାର ଧୋଳଙ୍କ ନିର୍ଦେଶକ୍ରମେ ନବରଙ୍ଗପୁର ଅବକାରୀ ଇନ୍ସପେକ୍ଟର ସୁଧୀର କୁମାର ସାହୁ ଏବଂ ଉମରକୋଟ ଇନ୍ସପେକ୍ଟର ଏଚଏଚ ସିଂଙ୍କ ନେତୃତ୍ୱରେ ପାପଡାହାଣ୍ଡି ଅବକାରୀ ସବ ଇନ୍ସପେକ୍ଟର ହର ପ୍ରସାଦ ରଣା, ଡାବୁଗାଁ ସବ ଇନ୍ସପେକ୍ଟର ବିଜୟ କୁମାର ନାୟକ, ଉମରକୋଟ ସବ ଇନ୍ସପେକ୍ଟର ପ୍ରମୁଖ ମିଳିତ ଭାବେ ଡାବୁଗାଁ ଏବଂ ପାପଡାହାଣ୍ଡି ବ୍ଲକର ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣରେ ମଦ ପାଇଁ ପ୍ରସ୍ତୁତ ମହୁଲ ପୋଚ ୩ହଜାର ଲିଟର ଏବଂ ୭୫ ଲିଟର ଦେଶୀ ହାତରନ୍ଧା ମଦ ଜବତ କରିଛନ୍ତି। ଏଥିରେ ସମ୍ପୃକ୍ତ ଡାବୁଗାଁ ଶୁଣ୍ଢୀଗୁଡାର ୨ଜଣ ଏବଂ ପାପଡାହାଣ୍ଡି ବ୍ଲକ ଜଟାବାଲର ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଚଢ଼ାଉ ଅଭିଯାନରେ ଅନ୍ୟମାନଙ୍କ ମଧ୍ୟରେ ଏ ଏସଆଇ ଅମୀୟ ଖଞ୍ଜା, ରାଜେନ୍ଦ୍ର ପଟ୍ଟନାୟକ ଏବଂ କର୍ମଚାରୀ ପ୍ରମୁଖ ସାମିଲ ଥିଲେ।

Comments are closed.