ସମଗ୍ରଶିକ୍ଷା ଅଭିଯାନରେ ନିଯୁକ୍ତିରେ ଦୁର୍ନୀତି ; ୫ଟି’ ସଚିବ ନିକଟରେ ଅଭିଯୋଗ

ଜିଲାପାଳଙ୍କୁ ରଖାଯାଉଛି ଅନ୍ଧାରରେ !

ନବରଙ୍ଗପୁର:ନବରଙ୍ଗପୁର ଜିଲାରେ ଅବସ୍ଥିତ ସମଗ୍ରଶିକ୍ଷା ଅଭିଯାନରେ ନିଯୁକ୍ତି କ୍ଷେତ୍ରରେ ଦୁର୍ନୀତି ହୋଇଥିବା ନେଇ ଅବିଭକ୍ତ କୋରାପୁଟଜିଲା ମୂଳନିବାସୀ ବିକାଶ ପରିଷଦ ରାଜ୍ୟସରକାରଙ୍କର ୫ଟି’ ସଚିବଙ୍କର ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ଏହି ଦୁର୍ନୀତି ସଂପର୍କରେ ପରିଷଦର ଅଧ୍ୟକ୍ଷ ଚନ୍ଦ୍ରଧ୍ୱଜ ମାଝୀ ଆରଟିଆଇ ମାଧ୍ୟମରେ ସୂଚନା ପାଇଥିବା ଜଣାଇଛନ୍ତି। ଜିଲାରେ ଥିବା ୧୦ଟି ବ୍ଲକରେ କମ୍ପ୍ୟୁଟର ଅପରେଟର ନିଯୁକ୍ତିକ୍ଷେତ୍ରରେ ଗତ ୨୦୧୫-୧୬ ଆର୍ଥୀକ ବର୍ଷରୁ କୈାଣସି ଟେଣ୍ଡର ହୋଇନାହିଁ। ବିନା ଟେଣ୍ଡରରେ କୈାଣସି ସଂସ୍ଥା ମାଧ୍ୟମରେ ଏହି ନିଯୁକ୍ତି ହୋଇଛି। ତାହାର ଅନୁସନ୍ଧାନ କରାଯାଇ ସରକାରଙ୍କର ଗାଇଡ୍‍ଲାଇନ ଅନୁସାରେ ପ୍ରତିବର୍ଷ ଟେଣ୍ଡର ମାଧ୍ୟମରେ ନିଯୁକ୍ତି ଦିଆଯିବା ବିଧେୟ ଅଟେ। ଏହାକୁ ଅଣାଦେଖା କରାଯାଇ ନିଯୁକ୍ତି କରାଯାଇଅଛି। ଯାହାର ପ୍ରମାଣ ଆରଟିଆଇ ମାଧ୍ୟମରେ ସଂଗୃହିତ ତଥ୍ୟରୁ ଜଣାପଡିଥିବା ଦର୍ଶାଇଛନ୍ତି। ଚନ୍ଦାହାଣ୍ଡି ବ୍ଲକର ବିଇଓ ଅଫିସରେ ନିଯୁକ୍ତି ପାଇଥିବା କମ୍ପ୍ୟୁଟର ଅପରେଟର ଜିଲାପାଳଙ୍କର ବିନା ଅନୁମୋଦନରେ ନିଯୁକ୍ତି ପାଇଥିବା ପରିଷଦର ନଜରକୁ ଆସିଅଛି। ଜିଲାପାଳ ନିଜେ ଏହାର ତଦନ୍ତ କରିବାକୁ ପରିଷଦ ତରଫରୁ ଅନୁରୋଧ କରାଯାଇଛି। ଏହାର ତଦନ୍ତ କରି ଯଦି ସତ୍ୟ ହୋଇଥାଏ ତାହାହେଲେ ଜାଲିଆତିିକରିଥିବା ଅଧିକାରୀଙ୍କର ବିରୋଧରେ ଜିଲାପାଳ ଦୃଢକାର୍ଯ୍ୟାନୁଷ୍ଠାନ କରିବାକୁ ପରିଷଦ ଦାବି କରିଛି।

ସମଗ୍ରଶିକ୍ଷାଯୋଜନା ଦ୍ୱାରା ଗତ ୨୦୧୩ ,୨୦୧୫ ଓ ୨୦୧୬ ଓ ୨୦୧୭ ମସିହାରେ ନିଯୁକ୍ତି କରାଯାଇଥିବା ୮୧ ଜଣ ପିଇଟି ଶିକ୍ଷକ ମାନଙ୍କର ମଧ୍ୟରୁ ଅଧିକାଂଶଙ୍କର ଏହି ପଦବି ପାଇଁ ଯୋଗ୍ୟତା ନାହିଁ। ସେମାନଙ୍କୁ କେଉଁଶିକ୍ଷାଗତ ଯୋଗ୍ୟତା ଆଧାରରେ ନିଯୁକ୍ତି ଦିଆଯାଇଛି ତାହା ଅନୁସନ୍ଧାନ କରାଯାଇ ରାଜ୍ୟସରକାରଙ୍କର ଆଇନ ଅନୁଯାୟୀ ଦୃଢକାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଆରଟିଆଇର ମିଳିଥିବା ନକଲ ସଂଲଗ୍ନ କରିବା ସହ ଏହାକୁ ଆଧାର କରି ତଦନ୍ତ କରି ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି। ଜିଲାରେ ସମଗ୍ରଶିକ୍ଷା ଅଭିଯାନର ଜିଲା ପ୍ରକଳ୍ପ ଅଫିସରେ ସାମୁହିକ ଭାବେ ନିଯୁକ୍ତି କରାଯାଇଥିବା ଶିକ୍ଷକମାନଙ୍କୁ ଜିଲାପାଳଙ୍କର ବିନା ଅନୁମୋଦନରେ ଗୋଟିଏ ବିଦ୍ୟାଳୟରୁ ଅନ୍ୟଏକ ବିଦ୍ୟାଳୟକୁ ବଦଳି କରାଯାଇଛି। ଏହାର ମଧ୍ୟ ତଦନ୍ତ କରାଯିବା ଅତ୍ୟନ୍ତ ଜରୁରୀ ଅଟେ। ସମଗ୍ରଶିକ୍ଷା ଅଭିଯାନ କାର୍ଯ୍ୟାଳୟରେ ଏହି ସବୁ ନିଯୁକ୍ତି କାର୍ଯ୍ୟ ଦାୟୀତ୍ୱରେଥିବା ଅଧିକାରୀ ଓ କର୍ମଚାରୀ ଭୂଲତଥ୍ୟ ଦେଇ ଜିଲାପାଳଙ୍କୁ ଅନ୍ଧାରରେ ରଖି କାର୍ଯ୍ୟକରୁଥିବାରୁ ରାଜ୍ୟସରକାରଙ୍କ ଆଇନ ଅନୁସାରେ ସେମାନଙ୍କର ବିରୋଧରେ ଦୃଢକାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି କରିଛନ୍ତି। ଏହି କାର୍ଯ୍ୟପାଇଁ ସଚ୍ଚୋଟ ଅଧିକାରୀ ଓ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଉ ନଚେତ ପରିଷଦ ଏହି ଦୁର୍ନୀତିବିରୋଧରେ ଆନ୍ଦୋଳନ କରିବାକୁ ବାଧ୍ୟହେବ ବୋଲି ସେ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି। ଅନ୍ୟପକ୍ଷରେ ଏହି ଅଭିଯୋଗ ସଂପର୍କରେ ସର୍ବଶିକ୍ଷା ଅଭିଯାନର ଜିଲାପ୍ରକଳ୍ପ ସଂଯୋଜକ ତଥା ଜିଲା ଶିକ୍ଷା ଅଧିକାରୀ ଚନ୍ଦ୍ରଶେଖର ପାଣିଗ୍ରାହୀଙ୍କୁ ପଚାରିବାରୁ ସେ ଏହି ଅଭିଯୋଗକୁ ଅସ୍ୱୀକାର କରିଥିଲେ।

Comments are closed.