ନବରଙ୍ଗପୁରରୁ ୩ଟି ଭାଲୁଛୁଆ ଉଦ୍ଧାର

ନବରଙ୍ଗପୁର : ନବରଙ୍ଗପୁର ବ୍ଲକର ସାନ କୁମୁଲି ଗ୍ରାମର ଏକ ପରିତ୍ୟକ୍ତ ଗୋବର ଗ୍ୟାସ ପ୍ଲାଣ୍ଟ ମଧ୍ୟରୁ ନବରଙ୍ଗପୁର ବନ ବିଭାଗ  ସୋମବାର ତିନିଟି ଭାଲୁ ଛୁଆକୁ ଉଦ୍ଧାର କରିଛି l ସାନ କୁମୁଲି ଗ୍ରାମର ମତିରାମ ମାଝୀଙ୍କ ଘର ନିକଟରେ ବହୁବର୍ଷ ତଳର ଗୋବର ଗ୍ୟାସ ପ୍ଲାଣ୍ଟ ଟି ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିଲାl ଗତକାଲି ମତିରାମର ସ୍ତ୍ରୀ ସଫା ସୁତୁରା କରିବା ସମୟରେ ଗ୍ୟାସ ପ୍ଲାଣ୍ଟ ନିକଟରେ ଭାଲୁର ଚିତ୍କାର ଶୁଣିଥିଲାl ଫଳରେ ଗ୍ରାମବାସୀ ନବରଙ୍ଗପୁର ବନ ବିଭାଗକୁ ଖବର ଦେଇଥିଲେ l ଖବର ପାଇ ବନ ବିଭାଗ ଘଟଣା ସ୍ଥଳ ରେ ପହଞ୍ଚି ଭାଲୁ ଧରା ଅଭିଯାନ ଆରମ୍ଭ କରିଥିଲେ l

ଆଜି କିଛି ସମୟ ପୂର୍ବରୁ ଭାଲୁ ଧରା ଯନ୍ତା ଆଣି ଗୋବର ଗ୍ୟାସ ପ୍ଲାଣ୍ଟର ଗାତ ନିକଟରେ ରଖାଯିବାରୁ ମାଁ ଭାଲୁ ଯନ୍ତା ଭିତରକୁ ଆସିଥିଲା l  ମାଆ ଭାଲୁ  ଯନ୍ତା ଭିତରକୁ ଆସିଲା ପରେ ବନ ବିଭାଗ  ଛୁଆ ଭାଲୁ ମାନଙ୍କୁ ଉଦ୍ଧାର କରି ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ  ପାପଡାହାଣ୍ଡି ସ୍ଥିତ ମୃଗ ବିହାରକୁ ନେଇଥିଲେ। ବର୍ତ୍ତମାନ ମାଆ ଭାଲୁ ଓ ଛୁଆ ଭାଲୁ ଉଭୟଙ୍କୁ ମୃଗ ବିହାରର ପୃଥକ ପୃଥକ ଜାଗାରେ ରଖା ଯାଇଛି l  ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହେଲା ପରେ ପୁଣି ସେମାନଙ୍କୁ ସୁରକ୍ଷିତ ଭାବେ  ଜଙ୍ଗଲରେ ଛଡା ଯିବାର ସୂଚନା ମିଳିଛି

Comments are closed.