୧୪ ଦିନିଆ ଲକଡାଉନ ପାଇଁ ନବରଙ୍ଗପୁର ପୁଲିସର ପ୍ରସ୍ତୁତି

ନବରଙ୍ଗପୁର : ସରକାରଙ୍କ କୋଭିଡ-୧୯ ନିର୍ଦ୍ଦେଶନାମା ପ୍ରକାରେ ୫ତାରିଖ ବୁଧବାରଠାରୁ ୧୪ଦିନିଆ ଲକଡାଉନ ସମୟରେ ଜନସାଧାରଣଙ୍କୁ ଉତ୍ତମ ବ୍ୟବହାର ସହ ସେବା ଯୋଗାଇବା ଉଦ୍ଦେଶ୍ୟରେ ନବରଙ୍ଗପୁର ଥାନା ଅଧିକାରୀ ତାରିକ ଅହମ୍ମଦ ଥାନାର ଆଜି ସହ ଅଧିକାରୀ ଓ ସୁରକ୍ଷା କର୍ମୀଙ୍କୁ ବିସ୍ତୃତ ଭାବେ ବୁଝାଇଛନ୍ତି। ବିଭିନ୍ନ ବଜାର ଓ ବ୍ୟବସାୟିକ ଅନୁଷ୍ଠାନଗୁଡିକ ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ ମଧ୍ୟାହ୍ନ ୧୨ ଟା ପର୍ୟ୍ୟନ୍ତ ଖୋଲିବ । ଜରୁରୀ କାଳୀନ ସେବା ଓ ଅତ୍ୟାବଶ୍ୟକ ନ ପଡିଲେ ଜନସାଧାରଣ ଯେମିତି ବାହାରକୁ ନ ବାହାରିବେ ସେଥିପାଇଁ ନିୟୋଜିତ ପୋଲିସ କର୍ମୀ ସଚେତନ କରିବେ । ବିଭିନ୍ନ ସ୍ଥାନରେ ଡ୍ୟୁଟି ଦିଆଯାଇଥିବା ଅଧିକାରୀ ଓ ସୁରକ୍ଷା କର୍ମୀ କୋଭିଡ ଗାଇଡ଼ଲାଇନକୁ ମାନିବା ସହ ଲକଡାଉନକୁ ସମ୍ପୂର୍ଣ୍ଣ ଭାବେ ସଫଳ କରିବା ଓ ଅତ୍ୟାବଶ୍ୟକ ସ୍ଥାନରେ ଲୋକଙ୍କୁ ସାହାଯ୍ୟ କରିବା ସହ ପୋଲିସ ଉତ୍ତମ ବ୍ୟବହାର କରି ନିଜ ଦାୟିତ୍ୱ ତୁଲାଇବା ପାଇଁ ଗୁରୁତ୍ୱାରୋପ କରିଥିଲେ ।

 

Comments are closed.