ପଞ୍ଚାୟତ ନିର୍ବାଚନ ପାଇଁ ନବରଙ୍ଗପୁରରେ ୨୨୨୭ ବୁଥ୍‍ରୁ -ଏତିକି ବୁଥ୍‌ ଅତି ସମ୍ବେଦନଶୀଳ

ନବରଙ୍ଗପୁର,(ନି.ପ୍ର): ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିଚାଳନା ପାଇଁ ଜିଲା ପ୍ରଶାସନ ଓ ଜିଲା ପୁଲିସ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ କରାଯାଇଛି । ଏହି ପରିପ୍ରେକ୍ଷୀରେ ଜିଲା ପ୍ରଶାସନ ଓ ଜିଲା ପୁଲିସ ପକ୍ଷରୁ ମିଳିତ ଭାବେ ଆୟୋଜିତ ସାମ୍ବାଦିକ ସମ୍ମିଳନୀର ଜିଲାପାଳ ଡଃ.କମଳଲୋଚନ ମିଶ୍ର , ଆରକ୍ଷୀ ଅଧିକ୍ଷକ ପିଏସ ପୁରଷୋତ୍ତମ ଦାସ ଓ ଉପଜିଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଯୋଗଦେଇ ସବିଶେଷ ସୂଚନା ଦେଇଥିଲେ । ଜିଲାପାଳ ଡଃ.ମିଶ୍ର ନବରଙ୍ଗପୁର ଜିଲାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ୫ଟି ପର୍ଯ୍ୟାୟରେ ହେଉଥିବା କହିଥିଲେ । ଭୋଟ ଗ୍ରହଣ କେନ୍ଦ୍ର ପାଇଁସମସ୍ତ ପଅ୍ରସ୍ତୁତ କରାଯାଇଛି । ଜିଲା ପ୍ରଶାସନ ଓ ଜିଲା ପୁଲିସର ମିଳିତ ସହାୟତାରେ ଜିଲାରେ ଅବାଧ , ନିରପେକ୍ଷ ଓ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ କରାଇବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତ କରାଯାଇଛି । ଏହି ନିର୍ବାଚନ ୫ ପର୍ଯ୍ୟାୟ ହେବ ।

୧୬ ତାରିଖରୁ ଆରମ୍ଭ ହୋଇ ୧୮, ୨୦, ୨୨ ଓ ୨୪ ତାରିଖ ରେ ନିର୍ବାଚନ ହେବ । ନିର୍ବାଚନରେ ଆଦର୍ଶ ଆଚରଣ ବିଧି ପାଳନ ପାଇଁ କଡାକଡି ପଦକ୍ଷେପ ନିଆଯାଇଥିବା କହିଥିଲେ । ଜିଲାର ବରିଷ୍ଠ ଅଧିକାରୀମାନଙ୍କୁ ନୋଡାଲ ଦାୟିତ୍ୱ ଦିଆଯାଇଛି । ଜିଲାର ୧୦ଟିବ୍ଲକର ସମସ୍ତ ବୁଥ୍‍ କାର୍ଯ୍ୟ ଶେଷ କରାଯାଇଛି । ସମସ୍ତ ପୋଲିଂ ଅଧିକାରୀମାନଙ୍କୁ ଟୀକାକରଣ କରାଯାଇଥିବାବେଳେ କୋଭିଡ ଗାଇଡ ଲାଇନ ଅନୁସାରେ ବୁଥରେ ଭୋଟଗ୍ରହଣ କରାଯିବ । ଜିଲରେ ୩୦ଟି ପିଙ୍କବୁଥ୍‍ କରାଯାଇଛି । ପ୍ରତି ବ୍ଲକରରେ ୩ଟି ଲେଖାଏଁ ଏହବୁଥ୍‍ ରହିବ । ଏଥିରେ କେବଳ ମହିଳା କର୍ମଚାରୀ ମାନେ ପୋଲିଂ ଅଧିକାରୀ ରହିବେ ବୋଲି କହିଥିଲେ ।

ଆରକ୍ଷୀଅଧିକ୍ଷକ ଶ୍ରୀଦାସ କହିଥିଲେଯେ, ଆଗାମୀ ତ୍ରିସ୍ତରୀୟପଞ୍ଚାୟତ ନିର୍ବାଚନ ପାଇଁ ନବରଙ୍ଗପୁର ଜିଲାରେ ୨୨୨୭ ବୁଥ୍‍ କରାଯାଇଛି । ସେଥିମଧ୍ୟରୁ ସମ୍ବେଦନଶୀଳ ୨୪୯ ଟି ଓ ଅତି ସମ୍ବେଦନଶୀଳ ୧୧୦ ଟି ବୁଥ୍‍ ରହିଛି । ଜିଲା ପୁଲସ ବିଭାଗ ପକ୍ଷରୁ ନିର୍ବାଚନ ସୁଚାରୁରୂପେ ପରିଚାଳନା ପାଇଁ ତିନିଟି ପର୍ଯ୍ୟାୟ କରାଯାଇଛି । ସମସ୍ତ ବୁଥରେ ପୁଲିସ କର୍ମଚାରୀ ନିୟୋଜିତ ରହିବେ । ଏହା ସହିତ ଭ୍ରାମ୍ୟମାଣ ଦଳ, ସେକ୍ଟର ଅଧିକାରୀ ଓ ସୁପର ଭାଇଜିଂ ଅଧିକାରୀ ରହିବେ । ମୋଟ ୨୨୨୭ଟି ବୁଥରୁ ପ୍ରଥମ ପର୍ଯ୍ୟାୟ ଝରିଗାଁ ଓ ଚନ୍ଦାହାଣ୍ଡିବ୍ଳକରେ ୪୧୫ଟି ବୁଥ୍‍, ଦ୍ୱିତୀୟ ପର୍ଯ୍ୟାୟ ତେନ୍ତୁଳିଖୁଣ୍ଟି ଓ ନନ୍ଦାହାଣ୍ଡିବ୍ଳକରେ ୩୪୩ ଟି ବୁଥ୍‍, ତୃତୀୟ ପର୍ଯ୍ୟାୟ କୋଷାଗୁମୁଡା ଓ ନବରଙ୍ଗପୁର ବ୍ଲକରେ ୪୬୦ଟିବୁଥ୍‍, ଚତୁର୍ଥ ପର୍ଯ୍ୟାୟ ପାପଡାହାଣ୍ଡି ଓ ଡାବୁଗାଁ ବ୍ଲକରେ ୪୨୧ ଟି ବୁଥ୍‍ ଓ ପଞ୍ଚମମପର୍ଯ୍ୟାଳୟ ଉମରକୋଟ ଓ ରାଇଘର ବ୍ଲକରେ ୫୮୮ଟି ବୁଥ୍‍ ରହିବ । ସମସ୍ତ ବ୍ଲକରେ ଥାନା ଅଧିକାରୀଙ୍କର ଅଧିନରେ ଗୋଟିଏ ସେକ୍ସନ ପୁଲିସ ଫୋର୍ସ ରହିବ । ନବରଙ୍ଗପୁର ଜିଲାରେ ଛତିଶଗଡ ସୀମାନ୍ତର ୪ଟି ଜିଲା ଓ ରାଜ୍ୟର ଦୁଇଟି ସୀମାନ୍ତ ଜିଲା ରହିଛି । ଏହି ସୀମାନ୍ତ ଅଞ୍ଚଳରେ ସୀମା ଯାଞ୍ଚ କଡାକଡି କରାଯିବା ସହିତ ଅଧିକ ଫୋର୍ସମୁତୟନ କରାଯାଇ ସତର୍କ ଦୃଷ୍ଟି ରଖାଯାଇଥିବା କହିଥିଲେ । ଏହା ସହିତ ଡିଭିଏଫ ଫୋର୍ସ ,ଆଇଆରବି ବାଟାଲିୟନ/ଏପିଆର ଫୋର୍ସକୁ ନିୟୋଜିତ କରାଯାଇଛି । ତେବେ ଏହି ସମସ୍ତ ନିର୍ବାଚନ କାର୍ଯ୍ୟ ସୁରୁଖୁରୁରେ ସଂପନ୍ନ କରିବାକୁ ସେ ଜନସାଧାରଣ ଓ ଗଣମାଧ୍ୟମ ସହଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି ।

Comments are closed.