ଵୃଦ୍ଧା ଦମ୍ପତିଙ୍କୁ ମିଳୁନି ଆବାସ ଘର, ୨୫ ବର୍ଷ ହେଲା କରୁଛନ୍ତି ଗୁହାରୀ

ନବରଙ୍ଗପୁର: ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ପୂଜାରିଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁର୍ମାକୋଟ ଗ୍ରାମର ଶିବ ମନ୍ଦିର ପୂଜକ ବୃଦ୍ଧା ଦମ୍ପତି ଧନୁର୍ଜୟ ଦାସ(୭୩)ସ୍ତ୍ରୀ ଦୁର୍ପତି ଦାସ(୬୫) ୧୯୭୦ ମସିହା ଠାରୁ ଶିବ ମନ୍ଦିର ପୂଜକ ଭାବେ ନିଜ ଜୀବନକୁ ଭକ୍ତ ଙ୍କ ଉଦେଶ୍ୟ ରେ ନିଜ ଜୀବନକୁ ଉତ୍ସଗିକୃତ କରିଛନ୍ତି। ଆବାସ ଘର ପାଇବାକୁ ୨୫ବର୍ଷ ମଧ୍ୟରେ୫ଟି ସରପଞ୍ଚ ଙ୍କୁ ଗୁହାରୀ କରି ମଧ୍ୟ କେହି ମଧ୍ୟ ଘର ଟିଏ ଯୋଗାଇ ଦେଲେନାହିଁ ବୋଲି ଅଭିଯୋଗ କରିଛନ୍ତି ଵୃଦ୍ଧା ଦମ୍ପତି। ଗୋଡ଼ ଚାଲୁନି ତଥାପି ବଞ୍ଚିବା ପାଇଁ କିଛି କାମ କରୁଛନ୍ତି। ଏଭଳି ଘଟଣା ତେନ୍ତୁଳିଖୁଣ୍ଟି ବ୍ଲକ ଠାରୁ ମାତ୍ର ୧୦୦ମିଟର ମଧ୍ୟରେ ଦେଖିବାକୁ ମିଳୁଛି। ପ୍ରଶାସନ ତରଫରୁ ଶିବ ମନ୍ଦିର ପାର୍ଶ୍ୱରେ ୪ ଡ଼ିସିମିଲ ଘର ବାଡ଼ି ପଟା ମିଳିଛି, ହେଲେ ଏପର୍ୟ୍ୟନ୍ତ ଆବାସ ଘର ମିଳିପାରିନାହିଁ।

 

ଭଙ୍ଗା ଦଦରା ଘରେ ବିତୁଛି ଜୀବନ ତହସିଲଦାର ଙ୍କୁ ପଲିଥିନ ଖଣ୍ଡେ ଯୋଗାଇ ଦେବାକୁ କହିବାରୁ ପଲିଥିନ ଖଣ୍ଡେ ମିଳିନାହିଁ ବୋଲି କହିଛନ୍ତି । ଚିରା ଫଟା ପଲିଥିନ ଢାଙ୍କି ରହୁଛନ୍ତି, ବର୍ଷା ଆସିଲେ ଘରେ ପାଣି ପଶୁଛି, ଏପରି ଦୁର୍ଦଶା ରେ ଜୀବନ ବିତାଉଥିବା ବୃଦ୍ଧ ଦମ୍ପତି ଘର କେବେ ମିଳିବ ସେ ଆଶାରେ ରହିଛନ୍ତି , ସରକାରୀ ସାହାଯ୍ୟ କହିଲେ ଉଭୟଙ୍କୁ ୫ଶହ ଭତ୍ତା ସହ ପଂଚାୟତ ତରଫରୁ ୧୦କିଲୋ ମିଳୁଛି। ପରିଣତ ବୟସରେ ବି କଷ୍ଟେ ମଷ୍ଟେ କିଛି ପନି ପରିବା ବିକ୍ରୀ କରି ପେଟ ପୋଷି ଜୀବନ ବିତାଉ ଥିବା ପରିବାର କୁ ସରକାରୀ ତରଫରୁ ଆବାସ ଯୋଜନାରେ ଘର ଖଣ୍ଡିଏ ଯୋଗାଇ ଦେବାକୁ ଦାବି ହେଉଛି ।

Comments are closed.