ସେପ୍ଟେମ୍ବର ୨୨ ପର୍ଯ୍ୟନ୍ତ ବନ୍ଦ ରହିବ ନବରଙ୍ଗପୁର କୋର୍ଟ

ନବରଙ୍ଗପୁର:ନବରଙ୍ଗପୁର କୋର୍ଟ କାର୍ଯ୍ୟାଳୟରେ କାର୍ଯ୍ୟରତ ୨ଜଣ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଗତକାଲି ଏହି ୨ଜଣ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଥିଲା। ସୂଚନା ମିଳିବା ପରେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ଆଜି ମଧ୍ୟରାତ୍ର ଠାରୁ ସେପ୍ଟେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି। ତେଣୁ ଆସନ୍ତାକାଲି ଠାରୁ ସେପ୍ଟେମ୍ବର ୨୨ ତାରିଖ ପର୍ୟ୍ୟନ୍ତ ନବରଙ୍ଗପୁର କୋର୍ଟ ବନ୍ଦ ରହିବ ବୋଲି ଜିଲ୍ଲା ମାଜିଷ୍ଟ୍ରେଟ ସୂଚନା ଦେଇଛନ୍ତି।

Comments are closed.