କାଜୁ ବାଡ଼ ଭିତରୁ ଝୁଲନ୍ତା ମୃତ ଦେହ ଉଦ୍ଧାର

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଚିକିଲି ଗ୍ରାମ ନିକଟ ଏକ କାଜୁ ବାଡ଼ ମଧ୍ୟରୁ ଏକ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି . ମୃତକ ଜଣକ ଡାବୁଗାଁ ଥାନା ଅନ୍ତର୍ଗତ ପୁଜାରିଗୁଡ଼ା ଗ୍ରାମର ମହେଶ୍ବର ମାଝୀ (୩୭) ବୋଲି ଜଣା ପଡିଛି . ଏ ନେଇ ମୃତ ମହେଶ୍ୱର ର ଭାଇ ଡାବୁଗାଁ ଥାନାରେ ଏତଲା ଦେବା ପରେ ପୋଲିସ ଚିକିଲି ଗ୍ରାମ ନିକଟ କାଜୁ ବାଡ଼ ରୁ ମୃତ ଦେହ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛନ୍ତି . ସୂଚନା ଅନୁଯାୟୀ ପୂଜାରୀ ଗୁଡ଼ା ଗ୍ରାମର ମହେଶ୍ବର ମାଝୀ (୩୭) ଗତକାଲି ସକାଳେ ନିକଟ ଚେରଚେଟିଆ ଗୁଡ଼ା ଗ୍ରାମରୁ ମକା ବିହନ ଆଣିବାକୁ ଯିବି କହି ଘରୁ ବାହାରି ଥିଲା . ତେବେ ସେ ରାତ୍ର ଘରକୁ ଫେରି ନ ଥିଲା . ଆଜି ସକାଳ ସମୟରେ ନିକଟ ଚିକିଲି ଗ୍ରାମ ପାଖ ଏକ କାଜୁ ବାଡ଼ ମଧ୍ୟରେ ମହେଶ୍ୱର ମାଝୀ (୩୭) ନିଜ ପିନ୍ଧିଥିବା ଲୁଙ୍ଗିରେ କାଜୁ ଗଛରେ ଫାଶୀ ହୋଇଥିବା ଗ୍ରାମ ଲୋକେ ଦେଖିବାକୁ ପାଇଥିଲେ . ଖବର ପାଇ ମୃତ ମହେଶ୍ୱର ମାଝୀ ର ଭାଇ ଲକି ମାଝୀ ଡାବୁଗାଁ ଥାନାରେ ଆଜି ଏତଲା ଦେବା ପରେ ପୋଲିସ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ବେଳେ କେସ ନ ୧୭/୨୧ ରେ ମାମଲା ରୁଜୁ କରିଛନ୍ତି .ପୋଲିସ ଶବ ବ୍ୟେବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ଅଛି . ପୋଲିସ ଏସ୍ ଆଇ ଅରୁଣ ପଟ୍ଟନାୟକ ଘଟଣାର ତଦନ୍ତ କରୁଛନ୍ତି .

Comments are closed.