ବ୍ୟାଙ୍କ କର୍ମଚାରୀଙ୍କୁ କୋଭିଡ ଟୀକା ପ୍ରଦାନ

ନବରଙ୍ଗପୁର: ବ୍ୟାଙ୍କ କର୍ମଚାରୀ ମଧ୍ୟ କୋଭିଡ ଯୋଦ୍ଧା। ରାଜ୍ୟ ସରକାର ଏହି ଘୋଷଣା କରିବା ପରେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାଙ୍କ କର୍ମଚାରୀଙ୍କୁ ଟୀକା ପ୍ରଦାନ ନେଇ ବନ୍ଦୋବସ୍ତ କରାଯାଇଥିଲା। ଜିଲ୍ଲାରେ ସର୍ବମୋଟ ୬୭ଟି ବ୍ୟାଙ୍କ ଶାଖାରେ ୪୦୬ ଜଣ କର୍ମଚାରୀ କାର୍ଯ୍ୟରତ ଅଛନ୍ତି। ପୂର୍ବରୁ ୮୧ ଜଣ ଟୀକା ନେଇ ସାରିଥିବା ବେଳେ ଆଜି ୧୧୦ ଜଣ ନିଜର ପ୍ରଥମ ଡୋଜ ଟୀକା ନେଇଛନ୍ତି। ଟୀକା ଗ୍ରହଣ ପରେ ସେମାନେ ବେଶ ଖୁସି ପ୍ରକାଶ କରିଛନ୍ତି। ବ୍ୟାଙ୍କ ସେବା ମଧ୍ୟ ଏକ ଜରୁରୀ ସେବା ରହିଆସିଛି। ଟିକିଏ ବିଳମ୍ବରେ ହେଉ କିନ୍ତୁ ବ୍ୟାଙ୍କ କର୍ମଚାରୀଙ୍କୁ କୋଭିଡ ଯୋଦ୍ଧା ଭାବେ ଘୋଷଣା କରିଥିବାରୁ ସେମାନେ ରାଜ୍ୟ ସରକାରଙ୍କୁ ଅଶେଷ ଧନ୍ୟବାଦ ଜଣେଇଛନ୍ତି। ଘୋଷଣା ହେବାର କିଛି ଦିନ ଭିତରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଇ କର୍ମଚାରୀଙ୍କୁ ଟୀକା ପ୍ରଦାନ ବ୍ୟବସ୍ତା କରାଯାଇଥିବାରୁ ଜିଲ୍ଲା ସ୍ୱାସ୍ତ୍ୟ ବିଭାଗ ଧନ୍ୟବାଦ ଜଣାଇଛି।

Comments are closed.