ଫେରନ୍ତା ଦାଦନଙ୍କ ସୁଅ ଛୁଟୁଛି, ଜିଲା ସୀମାରେ ଯାଞ୍ଚ କଡାକଡି

ନବରଙ୍ଗପୁର: ନବରଙ୍ଗପୁର ଜିଲାକୁ ଛୁଟୁଛି ଫେରନ୍ତା ଦାଦନଙ୍କ ସୁଅ | ଏପଟେ ଜିଲା ପ୍ରଶାସନ ପକ୍ଷରୁ ସୀମାରେ ଯାଞ୍ଚ କଡାକଡି କରିବା ସହ ଫେରନ୍ତା ଶ୍ରମିକ ଙ୍କୁ ନେଇ ସଂଗରୋଧ କେନ୍ଦ୍ରରେ ରଖୁଛି ପ୍ରଶାସନ। କରୋନାର ଦ୍ୱିତୀୟ ଲହର ସାରା ବିଶ୍ୱକୁ ଗ୍ରାସ କରିଥିବାବେଳେ ଓଡିଶାରେ ମଧ୍ୟ ତାର କାୟା ବିସ୍ତାର କରିଚାଲିଛି। ଏଥିରୁ ବାଦ ପଡ଼ିନାହିଁ ନବରଙ୍ଗପୁର ଜିଲା, ଏହି ଜିଲା ଏବେ ରେଡଜୋନ ରେ ଥିବାବେଳେ ପ୍ରତିଦିନ ଶହ ଶହ ସଂଖ୍ୟା ରେ ସଂକ୍ରମିତ ଚି଼ହ୍ନଟ ହେଉଥିବା ବେଳେ ବର୍ତ୍ତମାନ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇଥିବା ଶ୍ରମିକ ମାନେ ଘର ବାହୁଡା ହେଉଥିବା ବେଳେ ଏହା ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛିା
ଚଳିତ ବର୍ଷ ନବରଙ୍ଗପୁର ଜିଲାରୁ ୩୩୬ ଜଣ ପଞ୍ଜିକୃତ ହୋଇ ଯାଇଥିବା ବେଳେ ଅନପଞ୍ଜିକୃତ ଶ୍ରମିକ ପ୍ରଶାସନର ଅଜାଣତରେ ଯାଇଛନ୍ତି ତାହାର ସୂଚନା ଶ୍ରମ ବିଭାଗ ପାଖରେ ନାହିଁ, ବର୍ତ୍ତମାନ ସୁଦ୍ଧା ନବରଙ୍ଗପୁର ଜିଲ୍ଲାକୁ ଦୁଇ ଦିନରେ ୭୭ଜଣ ଦାଦନ ନବରଙ୍ଗପୁର ଜିଲାକୁ ଫେରିଛନ୍ତି, ସେମାନଙ୍କୁ  ନବରଙ୍ଗପୁର ବ୍ଲକର ଦୁଇଗୋଟି ସଂଗରୋଧ କେନ୍ଦ୍ରରେ ରଖାଯାଇଥିବା ନବରଙ୍ଗପୁର ଜିଲ୍ଲା ଶ୍ରମ ଅଧିକାରୀ ନରେନ୍ଦ୍ର ଗୋଇପାଇ ସୂଚନା ଦେଇଛନ୍ତି। ଏପଟେ କିଛି ପ୍ରବାସୀ ଗଳାବାଟ ଦେଇ ଲୁଚି ଲୁଚି ଘରକୁ ଫେରୁଥିବା ଦେଖିବାକୁ ମିଳୁଛି, ସେଥିପାଇଁ ଗ୍ରାମାଞ୍ଚଳରେ ଫେରନ୍ତା ପ୍ରବାସୀ ଙ୍କୁ ନେଇ ଭୟରେ ଗ୍ରାମବାସୀ ଥିବା ଜଣାପଡିଛି।

Comments are closed.