ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା !

ନବରଙ୍ଗପୁର: ସ୍ତ୍ରୀକୁ ହତ୍ୟା କରିବା ପରେ ଆତ୍ମହତ୍ୟା କଲା ସ୍ୱାମୀ ! ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଅଧିନସ୍ଥ ଭଣ୍ଡିମାଲ ଗାଁରେ। ସୂଚନା ଅନୁଯାୟୀ ଉମରକୋଟ ବ୍ଲକ କେରାଗାଁ ଗ୍ରାମର ନୀଳଧର ଯାନୀ ଏବଂ ପାର୍ବତୀ ଜାନୀ ଦୁହେଁ ମିଶି ଭଣ୍ଡିମାଲ ଗ୍ରାମରେ ଥିବା ନିଜ ସମ୍ପର୍କୀୟଙ୍କ ଘରକୁ ଆସିଥିଲେ। ପାରିବାରିକ କଳହ କୁ ନେଇ ସେମାନଙ୍କ ମଧ୍ୟରେ ଗତକାଲି ସନ୍ଧ୍ୟାରୁ ହିଁ ଝଗଡ଼ା ଲାଗି ରହିଥିଲା। ରାତ୍ରି  ଖାଇ ସାରିବା ପରେ ସ୍ୱାମୀ ଶୌଚ କରିବାକୁ ଯିବା କହି ସ୍ତ୍ରୀକୁ ବିଳମ୍ବିତ ରାତିରେ ଘରୁ ବାହାରକୁ ନେଇ ଯାଇଥିଲେ । ଏହା ପରେ ଆଉ ଘରକୁ ଫେରି ନଥିଲେ । ସକାଳୁ ଗ୍ରାମର କିଛି ଯୁବକ ଗ୍ରାମ ନିକଟସ୍ଥ ଏକ ପୋଖରୀ ହୀଡ଼ରେ ବେକ କଟା ଅବସ୍ଥାରେ ସ୍ତ୍ରୀର ମୃତ ଦେହ ପଡି ରହିଥିବା ଦେଖିବାକୁ ପାଇଥିଲେ ଏବଂ ସେହି ସ୍ଥାନରୁ ମାତ୍ର ୧୦୦ ମିଟର ଦୂରରେ ଥିବା ଏକ ଗଛରେ ସ୍ୱାମୀ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିଲେ। ଗ୍ରାମବାସୀ ସଙ୍ଗେ ସଙ୍ଗେ କୋଡ଼ିଗାଁ ପୋଲିସ କୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ  ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ଗଛରେ ଦଉଡି ଲଗାଇ ସ୍ୱାମୀ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

Comments are closed.