ପୂର୍ବତନ ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ଶିବ ପ୍ରସାଦ ରାଜୁଙ୍କ ଶୋକସଭା

ନବରଙ୍ଗପୁର: ପୂର୍ବତନ ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ଶିବ ପ୍ରସାଦ ରାଜୁଙ୍କ  ବିୟୋଗରେ ନବରଙ୍ଗପୁର ଜିଲା କୋର୍ଟ ଓ ଜିଲା ଆଇନଜୀବୀ ସଙ୍ଘ ଆନୁକୂଲ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା କୋର୍ଟ ପରିସରରେ  ଆୟୋଜନ କରାଯାଇଥିଲା | ୧୯୬୫ରୁ ୧୯୭୫ ପର୍ଯ୍ୟନ୍ତ ସେ ଆଇନଜୀବୀ ଭାବେ କାର୍ଯ୍ୟକରି ପରବର୍ତୀ ସମୟରେ ସେ ବିଚାରବିଭାଗ ରେ ଯୋଗଦେଇ ୧୯୯୬ରୁ ୧୯୯୮ପର୍ଯ୍ୟନ୍ତ ନବରଙ୍ଗପୁର ରେ କାର୍ଯ୍ୟରତ ଥିଲେ। ୨୦୦୩ରେ ସେ ରାଇରଙ୍ଗପୁରରେ ଅତିରିକ୍ତ ବିଚାରପତି ଭାବେ କାର୍ଯ୍ୟ ରେ ରହି ସେ ଅବସର ପ୍ରାପ୍ତ ହୋଇଥିଲେ।
ପାଟଣାଗଡ଼ ସ୍ଥିତ ନିଜ ବାସଭବନ ଠାରେ ସେ ଗତ ୨୪ ଏପ୍ରିଲ ରେ ତାଙ୍କର ପରଲୋକ ହୋଇଥିଲା। ଶ୍ରୀ ରାଜୁ ଜଣେ ଦକ୍ଷ ବିଚାରପତି ଭାବେ ଦାୟିତ୍ୱ ତୁଲାଇଥିବା ବେଳେ ସେ ଜଣେ ଭଦ୍ର, ଶାନ୍ତ ଓ ସରଳ ପ୍ରଭାବର ଥିଲେ ବୋଲି ଜିଲା ଜଜ ଅଶୋକ କୁମାର ପଣ୍ଡା, ଆଇନଜୀବୀ ସଭାପତି ଆଶିଷ ରଞ୍ଜନ ପଟନାୟକ, ସମ୍ପାଦକ ରାମ ପ୍ରସାଦ ପାତ୍ର, ଆଇନଜୀବୀ ସମେରେନ୍ଦ୍ର ଗନ୍ତାୟତ,କୋର୍ଟ କର୍ମଚାରୀ ରାଜେନ୍ଦ୍ର ବିଶୋଇ ପ୍ରମୁଖ ସ୍ମୃତିଚାରଣ କରି କହିଥଇଲେ। ତାଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ନିରବ ପ୍ରାଥନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲା ବିଚାରପତି ପ୍ରଣୟ କୁମାର ଦାସ, ରେଜିଷ୍ଟର ଅପର୍ଣ୍ଣl ମହାପାତ୍ର ଏବଂ ସମସ୍ତ ବିଚାରପତି ଓ ଆଇନଜୀବୀ ଉପସ୍ଥିତ ଥିଲେ।

Comments are closed.