ଲୁଗା ଦୋକାନରେ ଭୟଙ୍କର ନିଆଁ

ନବରଙ୍ଗପୁର: ନବରଙ୍ଗପୁର ସହରରେ ଥିବା ଏକ ଲୁଗା ଦୋକାନରେ ଅଗ୍ନିକାଣ୍ଡ ଘଟିଛି। ଏସିରୁ ସର୍ଟ ସର୍କିଟ୍ ହୋଇ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ନିଆଁ ଲିଭାଇବାକୁ ୬ଟି ଦମକଳ ନିୟୋଜିତ। ୬ଘଣ୍ଟା ବିତି ଯାଇଥିଲେ ମଧ୍ୟ ନିଆଁ ଆୟତ ହୋଇନାହିଁ। ଘଟଣାସ୍ଥଳରେ ଜିଲାପାଳ ଓ ଏସ୍‌ପି ପହଞ୍ଚି ନିଆଁ ଲିଭା କାର୍ଯ୍ୟ ତଦାରଖ କରୁଛନ୍ତି। ଏହି ଅଗ୍ନିକାଣ୍ଡରେ କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇ ଯାଇଥିବା ଅନୁମାନ କରାଯାଉଛି।

Comments are closed.