ଜାଇଲୋ ଗାଡ଼ି ସିକ୍ରେଟ୍‌ ଚାମ୍ବରରୁ ମିଳିଲା ଏକ କୁଇଣ୍ଟାଲରୁ ଊର୍ଦ୍ଧ୍ବ ପରିମାଣର ଗଞ୍ଜେଇ, ୨ ଅଟକ

ନବରଙ୍ଗପୁର: ନବରଙ୍ଗପୁର ପୁଲିସ ପୁଣି ଗଞ୍ଜେଇ ସହ ଚାଲାଣକାରୀଙ୍କୁ ଧରିବାରେ ସଫଳ ହୋଇଛି। ଆଜି ନବରଙ୍ଗପୁର ପୋଲିସ ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ଏସପିଙ୍କ ନିର୍ଦେଶ କ୍ରମେ ଏସ୍ଡ଼ିପିଓ ଆଦିତ୍ୟ ସେନ, ନବରଙ୍ଗପୁର ଥାନା ଅଧିକାରୀ ତାରିକ ଅହମଦ ପ୍ରମୁଖ ନବରଙ୍ଗପୁର ଇନ୍ଦ୍ରାବତୀ ନଦୀ ପୋଲ ନିକଟରେ WB38W7588 ନମ୍ବର ଜାଇଲୋ ଗାଡିକୁ ଅଟକାଇ ଗାଡିକୁ ଯାଞ୍ଚ କରିଥିଲେ। ଏହି ଜାଇଲୋ ଗାଡିର ଏକ ସିକ୍ରେଟ ଚାମ୍ବର ଭିତରେ ଥିବା ଏକ କୁଇଣ୍ଟାଲରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ କରିଥିଲେ। ଗଞ୍ଜେଇ ଭରା ଜାଇଲୋ ଗାଡିକୁ ଜବତ କରିବା ସହ ଗଞ୍ଜେଇ ଚାଲାଣ କରୁଥିବା ଦୁଇ ଜଣକୁ ଅଟକ ରଖିଥିଲେ।

 

ଗଞ୍ଜେଇ ଚାଲାଣକାରୀଙ୍କ ୩ ଟି ମୋବାଇଲ, ଦୁଇଟି ଏଟିଏମ କାର୍ଡ ଓ ଦୁଇ ହଜାର ଟଙ୍କା ନଗଦ ଜବତ କରିଛି ନବରଙ୍ଗପୁର ପୁଲିସ। ଦୁଇଜଣ ଗଞ୍ଜେଇ ଚାଲାଣକାରୀ କୋରାପୁଟ ଜିଲା ଜୟପୁରରୁ ଗଞ୍ଜେଇ ବୋଝେଇ କରିଥିଲେ। ସେମାନେ ଏହା ନବରଙ୍ଗପୁର ରାସ୍ତା ଦେଇ ଉତ୍ତରପ୍ରଦେଶର ବାଲିଆ ଅଞ୍ଚଳକୁ ଚାଲାଣ କରାଯାଉଥିବା ଜଣାପଡ଼ିଥିଲା। ଗଞ୍ଜେଇ ଚାଲାଣ କରୁଥିବା ଦୁଇଜଣ ଅଭିଯୁକ୍ତ ବିହାର ବଂସଲ ଅଞ୍ଚଳର ସୌକତ ଅଲ୍ଲୀ ଓ ହରି ଶଙ୍କର ପାଶ୍ବାନ ବୋଲି ଜଣାପଡିଛି। ଦୁଇ ଅଭିଯୁକ୍ତଙ୍କୁ ଥାନାରେ ରଖି ତଦନ୍ତ ଜାରି ରଖିଛି ନବରଙ୍ଗପୁର ପୁଲିସ।

Comments are closed.