ରଥନିର୍ମାଣ ପାଇଁ ପୁରୀ ଗଲା ୧୭୭ଖଣ୍ଡ ଅସନ କାଠ

ହରଭଙ୍ଗା: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ ପାଇଁ  ହରଭଙ୍ଗା ବ୍ଲକ ମାଧପୁର ଫରେଷ୍ଟ ରେଞ୍ଜର ଆଡେଣିଗଡ ଅଂଚଳରୁ ରଥକାଠ ପୁରୀ ଅଭିମୁଖେ ଯାତ୍ରା କରିଛି। ଚାରିଛକରେ ବଜାର କମିଟି ପକ୍ଷରୁ ରଥକାଠ ଗାଡିକୁ ପୂଜାର୍ଚ୍ଚନା କରି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ମାଧପୁର ରେଞ୍ଜରୁ ୩ଟି ଟ୍ରକ ଯୋଗେ ୧୭୭ ଖଣ୍ଡ ଅସନ କାଠ ପୁରୀ ପଠାଯିବ ବୋଲି ମାଧପୁର ରେଞ୍ଜ ଅଫିସର ପ୍ରବୀଣ କୁମାର ମହାକୁଡ ସୂଚନା ଦେଇଛନ୍ତି।

Comments are closed.