ରଶ୍ମି ରଞ୍ଜନ ସିଦ୍ଧାଶ୍ରମର ମକର ସଂକ୍ରାନ୍ତି ପାଳନ

ନବରଙ୍ଗପୁର: ସ୍ଥାନୀୟ ବାଇପାସ୍ ରୋଡ ତାରାଗାଁ ସ୍ଥିତ ରଶ୍ମି ରଞ୍ଜନ ସିଦ୍ଧାଶ୍ରମର ମକର ସଂକ୍ରାନ୍ତି ଉତ୍ସବ କୋଷାଗୁମୁଡା ବ୍ଳକ୍ ଅନ୍ତର୍ଗତ କର୍ଚାମାଳ ଗ୍ରାମର ବାଲିଛକ ଠାରେ ଅନୁଷ୍ଠିତ ହୋଇ ଯାଇଛି। ଉତ୍ସବରେ ପ୍ରଥମେ ଶ୍ରୀ ଶ୍ରୀ ରଶ୍ମି ରଞ୍ଜନ ଭଗବାନଙ୍କ ନଗର ସଂକୀର୍ତ୍ତନ ପରିକ୍ରମା ପରେ ଠାକୁରମାନଙ୍କୁ ପୁଷ୍ପାର୍ଘ୍ୟ ଅର୍ପଣ, ପ୍ରାର୍ଥନା, ପ୍ରାଣାୟାମାଦି ପରେ ଦେଶ ବନ୍ଦନା, ଭଜନ, ସାରସତ୍ତ୍ବ ବାଣୀ ପାଠ, କୀର୍ତ୍ତନ, ଆଳତୀ ଓ ପ୍ରସାଦ ବଣ୍ଟନ ପରେ ସାମୂହିକ ଆନନ୍ଦ ବଜାର ପ୍ରସାଦ ସେବନ କରାଯାଇଥିଲା। ସତସଙ୍ଗରେ ଉଦବୋଧନ ଦେଇ ଆଶ୍ରମ ଅଧ୍ୟକ୍ଷ ରଶ୍ମି ପ୍ରସାଦ ଡ: ନୀଳକଣ୍ଠ ପାଢ଼ୀ ମକର ସଂକ୍ରାନ୍ତିର ମହତ୍ତ୍ଵ ଓ ଯୁବା ପୀଢୀଙ୍କ ନିମନ୍ତେ ପ୍ରାଣାୟାମ ଓ ସତ୍ ସଙ୍ଗର ଆବଶ୍ୟକତା ବିଷୟରେ ମାର୍ଗ ଦର୍ଶନ ଦେଇଥିଲେ।

କର୍ଚାମାଳ ଗ୍ରାମର ସଜ୍ଜନ ତଥା ମୁଖ୍ୟବକ୍ତା ପଙ୍କଜ କୁମାର ମହାପାତ୍ର ଗୁରୁ ବାଣୀ ଓ ଉପଦେଶର ପାଳନ ଉପରେ ବିଶଦ ଆଲୋଚନା କରିଥିଲେ। ଆଶ୍ରମର ଦୀକ୍ଷିତ ବିକାଶ ରଞ୍ଜନ ପାଢ଼ୀ ଶ୍ରୀମଦ୍ ଭଗବଦ୍ ଗୀତାର ପ୍ରେରଣା ପୂର୍ଣ୍ଣ ବିଶ୍ଳେଷଣ କରିଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନାରେ ଗୌତମ ବିଷୋୟୀ, ବିମଳ କୁମାର ବିଷୋୟୀ, ମଧୁରାମ ମାଳୀ, ବିଜୟ ପଟ୍ଟନାୟକ, ଆନନ୍ଦ ଅଗ୍ରୱାଲ, ଇନ୍ଦୁମତୀ ପାଢ଼ୀ, ବିନୋଦ କୁମାର ମେହତା, ଲଛମନ ଭତ୍ରା, ଜଗନ୍ନାଥ ଭତ୍ରା, ସନ୍ତୋଷ କୁମାର ପୁଜାରୀ, ଦାଶରଥି ପଟ୍ଟନାୟକ, ମନୋଜ କୁମାର ବିଷୋୟୀ ପ୍ରମୁଖ କର୍ମୀଗଣ ସହଯୋଗ କରିଥିଲେ।

Comments are closed.