ବନ୍ୟା ଘେରରେଥିବା ୧୨ ଶ୍ରମିକଙ୍କୁ ଉଦ୍ଧାର କଲା ଅଗ୍ନିଶମବାହିନୀ

ନବରଙ୍ଗପୁର:ଲଗାଣ ବର୍ଷାକାରଣରୁ ପାଣିଘେରରେ ଫଶିରହିଥିବା ୧୨ଜଣ ଶ୍ରମିକଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ। କୋଷାଗୁମୁଡାବ୍ଳକ ଅନ୍ତର୍ଗତ ଚିର୍ମା ଗ୍ରାମରେ ଗ୍ରାମ୍ୟ ନିର୍ମାଣ ବିଭାଜନ ବିଭାଗ ଦ୍ୱାରା ନିର୍ମାଣାଧୀନ ବ୍ରିଜରେ କାମ କରୁଥିବା ୧୨ଜଣ ଶ୍ରମିକ ବନ୍ୟାପାଣିଘେରରେ ରହିଯାଇଥିଲେ। ଏହି ଖବର ପାଇ ଜିଲାପ୍ରଶାସନ ପକ୍ଷରୁ ତୁରନ୍ତ ନବରଙ୍ଗପୁର ଓ କୋଷାଗୁୁମୁଡା ଅଗ୍ନିଶମକୁ ଖବର ଦେଇଥିଲେ। ତେବେ ତୁରନ୍ତ ଅଗ୍ନିଶମ ବାହିନୀ ବ୍ରିଜ ନିକଟକୁ ଯାଇ ୧୨ ଜଣ ଶ୍ରମିକଙ୍କୁ ଉଦ୍ଧାର କରିଥିଲେ। ଏହି ଉଦ୍ଧାର କାର୍ଯ୍ୟରେ ନବରଙ୍ଗପୁର ଅଗ୍ନିଶମ କର୍ମଚାରୀ ମୋହନ ବେହେରା, ବିକାଶ ମାଝୀ, ମିଣୁନ ନାହକ, ସାରଥୀ ପଟେଲ ଓ ଗିରିଧର ଗୈାଡ,କୋଷାଗୁମୁଡା ଅଗ୍ନିଶମ କର୍ମଚାରୀ ଜଗଦିଶ ମାଝୀ, ଋଷିମନ୍ତ ଧାରୁଆ, ଗଙ୍ଗାରାଜୁ କାର୍ତ୍ତୃକା, ଓ ଉମାକାନ୍ତ ବାଗ ପ୍ରମୂଖ ସାମିଲ ହୋଇଥିଲେ।

Comments are closed.