ଛତ୍ରଭଟ ଶ୍ମଶାନ ଠାରେ ଶତାଧିକ ଚାରା ରୋପଣ

କେନ୍ଦୁଗୁଡା ବନ ସଂରକ୍ଷଣ ସମିତିକୁ ବିଜୁ ପଟ୍ଟନାୟକ ପୁରସ୍କାର

ନବରଙ୍ଗପୁର: ୭୩ ତମ ଜାତୀୟ ବନ ମହୋତ୍ସବ ସପ୍ତାହ ଅବସରରେ ନବରଙ୍ଗପୁର ଜିଲା ସଦର ମହକୁମା ମହିଳା ମହାବିଦ୍ୟାଳୟ ନିକଟରେ ଥିବା ଛତ୍ରଭଟ ଶ୍ମଶାନ ଠାରେ ଜିଲ। ପ୍ରଶାସନ ଏବଂ ବନ ବିଭାଗ ପକ୍ଷରୁ ଚାରା ରୋପଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଅଁଳା, ଫାସି, ଆମ୍ବ, ପଣସ, ଜାମୁକୋଳି, ଦେଶୀ ନିମ୍ବ , ବଡ଼ ଚାକୁଣ୍ଡା, ବାହାଡ଼ା, ଅର୍ଜୁନ, କଷି, ଦେବଦାରୁ , କୃଷ୍ଣ ଚୁଡ଼ା, ରାଧା ଚୁଡ଼ା ଇତ୍ୟାଦି ଶତାଧିକ ଚାରା ରୋପଣ କରାଯାଇଥିଲା। ନିଜର ଦୈନନ୍ଦିନ ଜୀବନରେ ହେଉ କିମ୍ବା ଆଗାମୀ ପିଢ଼ି ପାଇଁ ସ୍ୱଚ୍ଛ ଅମ୍ଳଜାନ ନିମନ୍ତେ ଚାରା ରୋପଣର ବିକଳ୍ପ ଆଉ କିଛି ନାହିଁ ବୋଲି ଜିଲାପାଳ କମଳ ଲୋଚନ ମିଶ୍ର ପ୍ରକାଶ କରିଥିଲେ। ଏହି ଅବସରରେ ଡାବୁଗାଁ ବନାଞ୍ଚଳ ଅନ୍ତର୍ଗତ କେନ୍ଦୁଗୁଡା ବନ ସଂରକ୍ଷଣ ସମିତିକୁ ବିଜୁ ପଟ୍ଟନାୟକ ପୁରସ୍କାର ସହିତ କୋଡ଼ିଏ ହଜାର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସହକାରୀ ବନ ସଂରକ୍ଷକ ଧନୁର୍ଯ୍ୟୟ ମହାପାତ୍ର ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ପୂର୍ବତନ ଲୋକସଭା ସାଂସଦ ବଳଭଦ୍ର ମାଝୀ, ପୌରପାଳିକା ଅଧ୍ୟକ୍ଷ କୁନୁ ନାୟକ, ଖଣ୍ଡିୟ ବନ ଅଧିକାରୀ ପ୍ରସନ୍ନ କୁମାର ବେହେରା, ଅତିରିକ୍ତ ଜିଲାପାଳ ଭାସ୍କର ରଇତ, ପ୍ରକଳ୍ପ ନିର୍ଦ୍ଦେଶକ, ଗ୍ରାମ୍ୟ ଉନ୍ନୟନ ସଂସ୍ଥା ରତ୍ନାକର ସାହୁ, ଉପଜିଲାପାଳ ପ୍ରଶାନ୍ତ କୁମାର ରାଉତ, ତହସିଲଦାର ରବୀନ୍ଦ୍ର କୁମାର ରାଉତ, ବନାଞ୍ଚଳ ଅଧିକାରୀ ଟଡିତ ସ୍ୱାଇଁ, ବନପାଳ ଗୋବିନ୍ଦ ନାୟକ, ଜିଲା ପ୍ରକଳ୍ପ ଅଧିକାରୀ (ଜରୁରିକାଳୀନ) ହିମାଂଶୁ ଶେଖର ପଟ୍ଟନାୟକ, ପୌର ପରିଷଦ କାଉନ୍ସିଲର ଅମିତ୍ ପ୍ରଧାନ, ଏ.ସତୀଶ, ନଗେନ୍ଦ୍ର ପଟ୍ଟନାୟକ, ସମେଶ ଖରା, ରଞ୍ଜିତା ପଣ୍ଡା, ସନ୍ତୋଷୀ ଜାନି, ଜଗଦୀଶ ବିଶୋୟୀ, କାହ୍ନୁ ଦାସ, ଓଡିଶା ରାଜସ୍ବ ଅମଲା ସଂଘର ସଭାପତି ତ୍ରିପତି ବାଲାଜୀ ସାହୁ, ସ୍ବେଛାସେବୀ, ବନ ବିଭାଗ କର୍ମଚାରୀ ଏବଂ ଶ୍ମଶାନ କମିଟି ସଭାପତି ଓ ସଭ୍ୟ ବୃନ୍ଦ ସମେତ ବରିଷ୍ଠ ନାଗରିକ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.