ସଡ଼କ ଦୁର୍ଘଟଣାରେ ତେନ୍ତୁଳିଖୁଣ୍ଟି ଥାନା ହାବିଲଦାରଙ୍କ ମୃତ୍ୟୁ

ନବରଙ୍ଗପୁର: ତେନ୍ତୁଳିଖୁଣ୍ଟି ଥାନାର ହାବିଲଦାର ଭଗବାନ ଭତ୍ରା ତେନ୍ତୁଳିଖୁଣ୍ଟିରୁ ନିଜ କାର୍ୟ୍ୟ ସାରି ସନ୍ଧ୍ୟାରେ ନିଜ ଘର କୋଡିଙ୍ଗା ସ୍ଥିତ ଜାଗିନିଗୁଡ଼ା ଯିବା ପାଇଁ ନବରଙ୍ଗପୁରକୁ ବାଇକ ଯୋଗେ ଫେରୁଥିବା ବେଳେ କେଶରୀଗୁଡ଼ା ବୁଲାଣି ନିକଟରେ ବାଇକ ଓ ବାବୁଲି ନାମକ ଏକ ଘରୋଇ ବସ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ସେ ଗୁରୁତର ଆହତ ହୋଇ ପଡ଼ିଥିଲେ। ସ୍ଥାନୀୟ ଲୋକମାନେ ବାରମ୍ବାର ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ ମଧ୍ୟ ଆମ୍ବୁଲାନ୍ସ ନଆସିବାରୁ ଆହତଙ୍କୁ ଉଦ୍ଧାର କରି ଏକ କାର ଯୋଗେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣି ଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ଭଗବାନଙ୍କ ମୃତ୍ୟୁ ହୋଇଛି। ଶବ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏହି ଘଟଣାରେ ପୁଲିସ କର୍ମଚାରୀ ମହଲରେ ଶୋକ ପ୍ରକାଶ ପାଇଛି। ଖବର ପାଇ ପୁଲିସ ଅଧିକାରୀ ଓ କର୍ମଚାରୀମ।ନେ ଡାକ୍ତରଖାନାରେ ପହଂଚିଥିଲେ। ପୁଲିସ ବସକୁ ଜବତ କରି ତଦନ୍ତ କରୁଛି।

Comments are closed.