ବନ୍ଦ କୋଠରୀରୁ ମିଳିଲା ଟିଡିସି ଫିଲ୍ଡଅଫିସରଙ୍କ ଝୁଲନ୍ତା ମୃତଦେହ

ନବରଙ୍ଗପୁର : ନବରଙ୍ଗପୁର ବ୍ଲକ କଲୋନୀସ୍ଥିତ ଏକ ସରକାରୀ କ୍ୱାର୍ଟରରୁ ନବରଙ୍ଗପୁର ଟାଉନ ଥାନା ପୁଲିସ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି। ଏହି ଶବ ଟିଡିସି ଫିଲ୍ଡଅଫିସର ପୁରୁଷୋତ୍ତମ ଭୋଇଙ୍କର ବୋଲି ଜଣାପଡିଛି।
ଗତକାଲି ପରିବାରଲୋକ ପୁରୁଷୋତ୍ତମଙ୍କୁ ବାରମ୍ବାର ଫୋନ କରିଥିଲେ ମଧ୍ୟ ସେ ମୋବାଇଲ ଉଠାଇନଥିଲେ। ଫଳରେ ପରିବାର ଲୋକ ଟିଡିସିର ସମ୍ବଲପୁର କାର୍ଯ୍ୟାଳୟକୁ ଜଣାଇଥିଲେ। ସେଠାରୁ ମଧ୍ୟ ବାରମ୍ବାର ଫୋନ କରିଥିଲେ ମଧ୍ୟ ଉଠାଇନଥିଲେ। ଫଳରେ ସନ୍ଦେହ ହେବାରୁ ସେଠାରୁ ତିନିଜଣ ଅଫିସର ଏକ ଗାଡିରେ ଆସି ପହଞ୍ଚିଥିଲେ। ତାଙ୍କର କ୍ୱାର୍ଟର ଭିତରୁ ବନ୍ଦ ରହିଥିବାରୁ ସେମାନେ ନବରଙ୍ଗପୁରଥାନାକୁ ଯାଇ ଜଣାଇଥିଲେ। ସନ୍ଧ୍ୟାରେ ପୁଲିସ ପହଞ୍ଚି କବାଟ ଭାଙ୍ଗିଥିବାବେଳେ ସେ ଘରର ଭେଣ୍ଟଲେଟରରେ କଳା ବିଦ୍ୟୁତ ତାର ବେକରେ ଦେଇ ଆତ୍ମହତ୍ୟାକରିଥିବା ଦେଖିବାକୁ ପାଇଥିଲେ। ଏହାପରେ ପୁଲିସ ତାଙ୍କର ପରିବାରକୁ ଜଣାଇଥିଲେ। ପରିବାର ଲୋକ ପହଞ୍ଚିବା ପରେ ଶବ ଉଦ୍ଧାର କରାଯିବ। ତେବେ କେଉଁ କାରଣରୁ ସେ ଆତ୍ମହତ୍ୟା କରିଛନ୍ତି ତାହା ତଦନ୍ତ ପରେ ଜଣାପଡିବ ବୋଲି ଥାନା ପକ୍ଷରୁ କୁହାଯାଇଛି। ମୃତ ପୁରୁଷୋତ୍ତମଙ୍କର ଘର ସମ୍ବଲପୁର ବୋଲି ଜଣାଯାଇଛି।

Comments are closed.