ରାସାୟନିକ ବିଷ କମ୍ ବ୍ୟବହାର ଜରୁରୀ

ଫସଲରେ ହାନିକାରକ କୀଟର ପରିଚାଳନା ତାଲିମ୍ କାର୍ୟ୍ୟକ୍ରମ

ନବରଙ୍ଗପୁର: କଟକ ମିଶନ ଶକ୍ତିହଲ୍ ଠାରେ ଜାତୀୟ ଧାନ ଗବେଷଣା ସଂସ୍ଥାନ, ପକ୍ଷରୁ କୃଷି ଓ ଉଦ୍ୟାନ କୃଷି ଫସଲରେ ହାନି କାରକ କୀଟ ପରିଚାଳନା ତାଲିମ୍ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲାପାଳ. କୋମଳ ଲୋଚନ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ଳଷ୍ଟର ସ୍ତରରେ ଫେରମେନ୍ ଜ୍ଞାନ କୌଶଳକୁ ଆଦରି ନେବାସହ ମାଷ୍ଟର ପ୍ରଶିକ୍ଷକ ପ୍ରସ୍ତୁତ କରାଯାଇପାରିଲେ ଅନ୍ୟ ଚାଷୀ ଲାଭବାନ ହୋଇପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଏହା ଛଡା ଉଦ୍ୟୋଗୀ ପାଇଁ ସୁଯୋଗ ରହିଥିବାବେଳେ ଏଥିରେ ସାମିଲ କରି ଜିଲ୍ଲାରେ ଫେରମେନରେ ବ୍ୟବହୃତ ଜିନିଷ ପ୍ରସ୍ତୁତ ଦିଗରେ ଧ୍ୟାନ ଦେବା ଆବଶ୍ୟକ ବୋଲି ଜିଲାପାଳ କହିଥିଲେ ।

ଜାତୀୟ ଧାନ ଗବେଷଣା ସଂସ୍ଥାନ କଟକର ପ୍ରଧାନ ବୈଜ୍ଞାନିକ .କେ ରାଜ ଶେଖର ରାଓ ଉପସ୍ଥିତ ରହି ରାସାୟନିକ ବିଷ ପ୍ରୟୋଗ ଦ୍ବାରା ଅନେକ କ୍ଷତି ହୋଇଥାଏ କ୍ଷସେଥିପାଇଁ ଫେରମେନ୍ ଜ୍ଞାନ କୌଶଳ ବ୍ୟବହାର କରି ଜୈବ ପଦ୍ଧତିରେ ପୋକ ଦମନ କରାଯାଇପାରିବ କ୍ଷମକା, ଧାନ,ଫଳ, ପନିପରିବା ଓ କନ୍ଦ ଫସଲ ର ହାନି କାରକ କୀଟ କୁ ଦମନ କରାଯାଇପାରିବ। ଏହାର ମୂଲ୍ୟ କମ୍ ହୋଇଥିବାରୁ ଏହା ଚାଷୀ ମାନଙ୍କୁ ଅଧିକରୁ ଅଧିକ ଲାଭ ମିଳିପାରିବ ବୋଲି ସେ କହିଥିଲେ। ଆତ୍ମାର ଉପ ପ୍ରକଳ୍ପ ନିର୍ଦ୍ଦେଶକ କମଳ ଲୋଚନ ନାୟକ ଉପସ୍ଥିତ ରହି ଜୈବିକ ପଦ୍ଧତିରେ କୃଷି କୁ ଆଦରି ନେଲେ ପରିବେଶ ପ୍ରଦୂଷଣକୁ କମ୍ କରାଯାଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ଜିଲା ଉଦ୍ୟାନ କୃଷି ଉପ ନିର୍ଦେଶକ ଡ଼ଃ. ପ୍ରଦୋଷ କୁମାର ପଣ୍ଡା ଉପସ୍ଥିତ ରହି ରାସାୟନିକ ବିଷ ପ୍ରୟୋଗ ଦ୍ଵାରା ସ୍ବାସ୍ଥ୍ୟ ଓ ପରିବେଶ ରେ ହେଉଥିବା କ୍ଷତି ପରିମାଣ କୁ କମ୍ କରିବା ସହ ଉଦ୍ୟାନ କୃଷି ଦିଗରେ ଫେରମେନ ଜ୍ଞାନ କୌଶଳ ସହାୟକ ହୋଇପାରିବ ବୋଲି କହିଥିଲେ। ମୃତ୍ତିକା ବିଶାରଦ. ପ୍ରମୋଦ ବେହେରା ଯୋଗଦେଇ ରାସାୟନିକ ବିଷ ଓ ମୃତ୍ତିକା ରେ ହେଉଥିବା କ୍ଷତି ସମ୍ପର୍କରେ କହିଥିଲେ। ଓରମାସରେ ଉପ କାର୍ୟନିର୍ବାହୀ ଉମା ମହେଶ ଯୋଗ ଦେଇ ଆଗାମୀ ଦିନରେ ଜିଲାର ବିଭିନ୍ନ ସ୍ଥାନରେ ଫେରମେନ୍ ମିଳିପାରିବ ବୋଲି ସେ କହିଥିଲେ।
ବିଜ୍ଞାନ ଓ କାରିଗରୀ ବିଦ୍ୟା ପ୍ରକଳ୍ପ ର କ୍ରିୟାନ୍ନୟନ କମିଟି ସଦସ୍ୟ ଲକ୍ଷ୍ମୀ ନାରାୟଣ ବକ୍ସି ଦ୍ଵାରା ଏହି ତାଲିମ୍ କାର୍ୟ୍ୟକ୍ରମ କୁ ପରିଚାଳନା କରିବା ସହ ମାଟି, ପାଣି ସୁରକ୍ଷା ଦିଗରେ ବ୍ୟାପକ ଜନ ଆନ୍ଦୋଳନ ହେବା ଦରକାର୍ ବୋଲି କହିଥିଲେ। କେ. ଉମା ମାହେଶ୍ୱରୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ୟ୍ୟକ୍ରମରେ ୨୫୦ ଏକର ମକା ଫସଲ ପାଇଁ ଫେରମେନ୍ ଜନ୍ତା ପ୍ରଦାନ କରାଯାଇଥିଲା ବେଳେ ୨୫ ଏକର ଫଳ ମାଛି ଯନ୍ତକ୍ଷ ପ୍ରଦାନ କରା ଯାଇଥିଲା।

Comments are closed.