ଏସ୍‍.ସୁଶ୍ରୀ ହେଲେ ନବରଙ୍ଗପୁର ଆରକ୍ଷୀ ଅଧିକ୍ଷକ

ନବରଙ୍ଗପୁର: ରାଜ୍ୟସରକାର ନବରଙ୍ଗପୁରର ନୂତନ ଆରକ୍ଷୀ ଅଧିକ୍ଷକ ଭାବେ ୨୦୧୮ବ୍ୟାଚର ଯୁବ ଆଇପିଏସ ଅଧିକାରୀ ଏସ୍‍.ସୁଶ୍ରୀଙ୍କୁ ନିଯୁକ୍ତି ଦେଇଛନ୍ତି। ସେ ବର୍ତ୍ତମାନ ଭୂବନେଶ୍ୱର ଡିସିପି (ଟ୍ରାଫିକ) ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କର ନିଜ ଘର କେରଳ ହୋଇଥିବା ବେଳେ ଓଡ଼ିଶା କ୍ୟାଡର ଆଇପିଏସ ଅଧିକାରୀ ଭାବେ ଯୋଗ ଦେଇଛନ୍ତି। ସେ ଗତ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସରେ ପ୍ୟାରେଡ ପରିଚାଳନା କରି ଚର୍ଚ୍ଚିତ ହୋଇଥିଲେ। ଏଠାରେ ଥିବା ଆରକ୍ଷୀ ଅଧିକ୍ଷକ ପି.ଏସ. ପୁରୁଷୋତ୍ତମ ଦାସଙ୍କ ବରଗଡ଼କୁ ବଦଳି ହୋଇଛି।

Comments are closed.