ଅବକାରୀ କର୍ମଚାରୀ ମାରିଲେ ମାଡ, ୫ଟି ସଚିବଙ୍କ ନିକଟରେ ଅଭିଯୋଗ

ନବରଙ୍ଗପୁର: ଜଣେ ନିରିହ ବ୍ୟକ୍ତିଙ୍କୁ ମଦ କାରବର କରୁଥିବା କହି ଅବକାରୀ କର୍ମଚାରୀ ମାଡ ମାରିଥିବା ଗୁରୁତର ଅଭିଯୋଗ ହୋଇଛି। ଏ ସଂପର୍କରେ ସଂପୃକ୍ତ ବ୍ୟକ୍ତି ଅତିରିକ୍ତ ଜିଲାପାଳ ଭାସ୍କର ରଇତଙ୍କୁ ଭେଟି ଲିଖିତ ଭାବେ ୫ଟି ସଚିବଙ୍କୁ ଜଣାଇ ନ୍ୟାୟ ଦାବି କରିଛନ୍ତି। ପାପଡ଼ାହାଣ୍ଡିଥାନା ଅନ୍ତର୍ଗତ ଅମଳାଭଟ୍ଟା ପଞ୍ଚାୟତର ବାରିଗୁଡାଗ୍ରାମର ଟଙ୍କଧର ବିଷୋୟୀ ଗତ ୨୮ ତାରିଖ ଦିନ ପୂର୍ବାହ୍ନରେ ପ୍ରଧାନୀଗୁଡା ଠାରୁ ତୁମ୍ବର୍ଲାକୁ ବାଇକରେ ପେଟ୍ରୋଲ ପକାଇବା ପାଇଁ ଯାଉଥିବା ବେଳେ ହଠାତ ଝିଟକୁଗୁଡା ପାଖରେ ପାପଡ଼ାହାଣ୍ଡିର ଅବକାରୀ କର୍ମଚାରୀ ମାନେ ତାଙ୍କୁ ଧରି ପକାଇବା ସହିତ ମୋବାଇଲ ଛଡାଇ ନେଇ ତାଙ୍କର ଗାଡି ଭିତରେ ଜବରଦସ୍ତ ବସାଇ ପାପଡ଼ାହାଣ୍ଡି ଅବକାରୀ କାର୍ଯ୍ୟାଳୟକୁ ଆଣି ଚାପୁଡା ଚାପୁଡା ମାରିବା ସହିତ ମଦ ରଖିଥିଲୁ ବୋଲି କହିଲେ। କିନ୍ତୁ ଟଙ୍କଧରଙ୍କର ନିକଟରେ ଆଦୈା ମଦ ନଥିଲା।

ପରେ ଅଫିସରେ ଥିବା ଏକ ମଦଟ୍ୟୁବକୁ ତାଙ୍କର ପାଖରେ ବାଇକ ଆଗରେ ରଖି ଭିଡିଓ କରିଥିଲେ। ସେ ବସିବାକୁ କହିବାରୁ ଲାତ ବିଧା ମାରିଥିବା ଅଭିଯୋଗ କରିଛନ୍ତି। ଏହିପରି ଜଣେ ସାଧାରଣ ଲୋକଙ୍କୁ ବିନାଦୋଷରେ ଦଣ୍ଡ ଦିଆଯାଇଛି। ତେଣୁ ଏହାର ସୁବିଚାର କରି ପଦକ୍ଷେପ ନେବାକୁ ସେ ଜଣାଇଛନ୍ତି। ଅନ୍ୟପକ୍ଷରେ ଟଙ୍କଧର ପାପଡ଼ାହାଣ୍ଡିଥାନାରେ ମଧ୍ୟ ଅବକାରୀ କର୍ମଚାରୀଙ୍କର ନାଁରେ ଏତଲା ଦେଇଥିବା ଜଣାପଡ଼ିଛି। ଏସଂପର୍କରେ ଅବକାରୀ ଅଧିକ୍ଷକ ଏସ.କେ.ଧଳସାମନ୍ତ ପଚାରିବାରୁ ସଂପୃକ୍ତ ବ୍ୟକ୍ତି ନିକଟରୁ ମଦ ଧରାପଡ଼ିଥିବାବେଳେ ମିଛ ଅଭିଯୋଗ କରିଥିବା କହିଛନ୍ତି। ତେବେ ଏହାର ନିରପେକ୍ଷ ତଦନ୍ତ କରାଗଲେ ପ୍ରକତ ସତ୍ୟାସତ୍ୟ ଆସିପାରିବ ବୋଲ ମତ ପ୍ରକାଶ ପାଇଛି।

Comments are closed.