ଜାତୀୟ ଶିଶୁ ସୁରକ୍ଷା ଅୟୋଗ ପରୀକ୍ଷା ପର୍ବ, ପ୍ରେରଣାଦାୟୀ ବକ୍ତା ଭାବେ ମନୋନୀତ ହେଲେ ବନୀତା ଦାଶ

ନବରଙ୍ଗପୁର: ପ୍ରଧାନମନ୍ତ୍ରୀ ବାଲ ପୁରସ୍କାରପ୍ରାପ୍ତ ନବରଙ୍ଗପୁରର ଝିଅ ବନୀତା ଦାଶ ନୂଆଦିଲ୍ଲୀସ୍ଥିତ ଜାତୀୟ ଶିଶୁ ସୁରକ୍ଷା ଆୟୋଗ ଦ୍ୱାରା ଆୟୋଜିତ ପରୀକ୍ଷା ପର୍ବରେ ପ୍ରେରଣାଦାୟୀ ବକ୍ତା ଭାବେ ମନୋନୀତ ହୋଇଛନ୍ତି। ଆସନ୍ତା ମେ’ ୨ ତାରିଖରେ ଆୟୋଗ କାର୍ଯ୍ୟାଳୟରେ ଜାତୀୟସ୍ତରର ସିଧାପ୍ରସାରଣରେ ‘ପରୀକ୍ଷା ଚାପରୁ ବିଦ୍ୟାର୍ଥୀ ମାନେ କିପରି ଚାପ ମୁକ୍ତ ରହିପାରିବେ’ ଏ ସଂପର୍କରେ ପ୍ରେରଣା ଦାୟୀ ବକ୍ତା ଭାବେ ଯୋଗଦେଇ ସେ ତାଙ୍କର ସୁଚିନ୍ତିତ ମତାମତ ପ୍ରଦାନ କରିବେ। ଏହି କାର୍ଯ୍ୟକ୍ରମ ଦୂରଦର୍ଶନ, ୟୁଟ୍ୟୁବ ଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବ। ସିବିଏସଇ ବୋର୍ଡ ପରୀକ୍ଷା ତଥା ବିଭିନ୍ନ ରାଜ୍ୟର ବୋର୍ଡ ପରୀକ୍ଷା ଚାଲିଥିବାରୁ ଛାତ୍ରଛାତ୍ରୀ ମାନଙ୍କୁ ଚାପମୁକ୍ତ ହୋଇ ପରୀକ୍ଷାଦେବା ପାଇଁ ଏହା ସାହାର୍ଯ୍ୟ କରିବ ବୋଲି ବନୀତା ମତପ୍ରକାଶ କରିଛନ୍ତି। ଏଭଳି କାର୍ଯ୍ୟକ୍ରମରେ ପ୍ରଥମ ଓଡିଆ ସ୍କୁଲଛାତ୍ରୀ ଭାବେ ଭାଗ ନେଉଥିବାବେଳେ ସେ ରାଜ୍ୟପାଇଁ ପୁନଃର୍ବାର ଗୈାରବ ଆଣିଦେଇଛନ୍ତି।

Comments are closed.