ଚାରିଦିନ ହେଲା ପୁଅ ନିଖୋଜ; ଫାଣ୍ଡିରେ ଏତଲା ଦେଲେ ବାପା ମା’  

ନବରଙ୍ଗପୁର: ପାପଡାହାଣ୍ଡି ବ୍ଲକ ମୈଦଲପୁର ପୁଲିସ ଫାଣ୍ଡି ଅଧିନରେ ଥିବା ସାନବାର୍ଲି ଗ୍ରାମର ଜଣେ ନାବାଳକ ଚାରିଦିନ ହେବ ନିଖୋଜ ଥିବା ଅଭିଯୋଗ ହୋଇଛି । ଏନେଇ ମୈଦଲପୁର ଫାଣ୍ଡିରେ ନାବାଳକର  ବାପା ପରମାନନ୍ଦ ଏତଲା ଦେଇଛନ୍ତି ।  ସାନବାର୍ଲି ଗ୍ରାମର ପରମାନନ୍ଦ (୪୫)ଙ୍କ ସାନ ପୁଅ ଅର୍ଜୁନ (୧୬) ଗ୍ରାମର ତିନିଜଣ ପୁଅଙ୍କ ସହ ଗତ୨୦ ତାରିଖ ଦିନ  ମୈଦଲପୁରରେ ମା’ ଠାକୁରାଣୀଙ୍କ କଳସୀ ଯାତ୍ରା ଥିବାରୁ ବେଲୁନ ବିକ୍ରି କରିବାକୁ ଆସିଥିଲେ । କିନ୍ତୁ ଗୁରୁବାର ୨୧ତାରିଖ ଦିନ ସକାଳେ ସାଥିରେ ଯାଇଥିବା ତିନୋଟି ପିଲା ଘରକୁ ଫେରିଥିଲେ କିନ୍ତୁ ଅର୍ଜୁନ ଘରକୁ ଫେରିନଥିଲେ ।

ଅର୍ଜୁନ ଘର ପଚାରିବାରୁ ଉକ୍ତ ତିନୋଟି ପିଲା ଉତ୍ତର ଦେଇଥିଲେ ଯେ ସେ ବସରେ ଆସିବ ବୋଲି କହିଥିଲା । କିନ୍ତୁ ସନ୍ଧ୍ୟା ଗଡିଗଲା ପରେ ଅର୍ଜୁନ ଘରକୁ ନଫେରିବାରୁ ପରିବାର ମଧ୍ୟରେ ସନ୍ଦେହ ହୋଇଥିଲା  । ପରେ  ପରିବାର ଲୋକେ ବହୁତ ଖୋଜାଖୋଜି କରିଥିଲେ କିନ୍ତୁ ଅର୍ଜୁନର ଖବର ପାଇନଥିଲେ  । ଏନେଇ ଗତକାଲି ଫାଣ୍ଡିରେ ଅର୍ଜୁନଙ୍କ ବାପା, ମା’ ଆସି  ପୁଲିସକୁ ନିଖୋଜ ପୁଅକୁ ଉଦ୍ଧାର କରିବା ନିମନ୍ତେ ନିବେଦନ କରିଛନ୍ତି ।  ଏତଲା ପାଇ ପୁଲିସ ତାର ତଦନ୍ତ ଆରମ୍ଭ କରିଥିବା ସୂଚନା ଦେଇଛନ୍ତି । ପୁଲିସ ଫାଣ୍ଡି ଅଧିକାରୀ ଡି .ଦେବୀ କୁମାର ତଦନ୍ତ ଆରମ୍ଭ କରିଛନ୍ତି ।

Comments are closed.