ଗଛରେ ଝୁଲୁଛି ୩ ଯୁବତୀଙ୍କ ମୃତଦେହ

ନବରଙ୍ଗପୁର: ନବରଙ୍ଗପୁର ଜିଲା ଉମରକୋଟ ଥାନା ଅନ୍ତର୍ଗତ ତହରା ପଞ୍ଚାୟତର ଡଙ୍ଗରିଭଟା ଗାଁରେ ତିନି ଜଣ ଯୁବତୀଙ୍କ ମୃତଦେହ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି। ଏହା ଆତ୍ମହତ୍ୟା ନା ହତ୍ୟା ତାହା ସ୍ପଷ୍ଟ ହୋଇ ନ ଥିବାବେଳେ ଘଟଣାଟି ସମଗ୍ର ଜିଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ସୂଚନା ଅନୁଯାୟୀ ସମ୍ପୃକ୍ତ ଗ୍ରାମର ଜଣେ ବିବାହିତା ହେମଲତା ଗୌଡ଼(୨୧) ଏବଂ ଦୁଇ ନାବାଳିକା କୌଶଲ୍ୟା ମାଝି(୧୬), ଫୁଲମତି ମାଝି(୧୫)ଙ୍କ ମୃତଦେହ ଗାଁ ନିକଟସ୍ଥ ଏକ କୁସୁମ ଗଛରେ ଝୁଲୁଥିବା ଖବର ପବନ ବେଗରେ ପ୍ରଚାର ହୋଇଥିଲା।

ଏହି ଘଟଣା ଜଣାପଡ଼ିବା ପରେ ଘଟଣାସ୍ଥଳ ଲୋକାରଣ୍ୟ ହୋଇ ଉଠିଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ପୁଲିସ ଘଟଣାସ୍ଥଳରେ ପହଞ୍ଚିନ ଥିବାବେଳେ ସେମାନେ ଆତ୍ମହତ୍ୟା କରିଛନ୍ତି ନାଁ କେହି ହତ୍ୟା କରିଛି ସେ ନେଇ ଗାଁ ଲୋକେ ସନ୍ଦେହ ପ୍ରକାଶ କରିଛନ୍ତି। ଏହି ଘଟଣା ସମଗ୍ର ଜିଲାରେ ଆଲୋଡ଼ନ ସୃଷ୍ଟି କରିଛି।

Comments are closed.