ଓଲଟିଲା ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ବନ୍ଧଗୁଡ଼ା ଗାଁ ନିକଟରେ ଭାରସାମ୍ୟ ହରାଇ ଏକ ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ ଓଲଟି ପଡ଼ିଛି। ଏଥିରେ କେହି ମୃତାହତ ହୋଇନାହାନ୍ତି। ତେବେ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡ୍ରାଇଭର।
ଆଜି ସକାଳୁ ଓଡି-୩୩ ୟୁ-୩୧୪୨ ନମ୍ବର ଥିବା ଏକ ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ କଣ୍ଟାଗାଁରେ ଥିବା ନଳିନୀ ପ୍ରଭା ଇଣ୍ଡିଆନ ଗ୍ୟାସ ଗୋଦାମ ଠାରେ ଗ୍ୟାସ ସିଲିଣ୍ଡର ଖାଲି କରିଥିଲା। ଏହାପରେ ଖାଲି ସିଲିଣ୍ଡର ଗୁଡ଼ିକ ନେଇ ମୈଦଲପୁର ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। କେଉଁ କାରଣରୁ ଟ୍ରକ୍‌ଟି ଓଲଟି ପଡ଼ିଲା ବର୍ତ୍ତମାନ ସୁଦ୍ଧା ତାହା ଅସ୍ପଷ୍ଟ ରହିଛି।

Comments are closed.