ନବରଙ୍ଗପୁର ପୁଲିସ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ପାଳନ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପୁଲିସ ପକ୍ଷରୁ ନବରଙ୍ଗପୁର ଏବଂ ବିଭିନ୍ନ ଥାନାରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯାଇଛି । ଏହି ଅବସରରେ ମଙ୍ଗଳବାର ନବରଙ୍ଗପୁର ଜିଲ୍ଲା ପୁଲିସ କାର୍ଯ୍ୟାଳୟ, ଆରଓ କାର୍ଯ୍ୟାଳୟ, ନବରଙ୍ଗପୁର ଥାନା, ଏବଂ କୋଡୀଙ୍ଗା ଥାନାରେ ଦୁର୍ନୀତି ନିବାରଣ ସପ୍ତାହ କାର୍ଯ୍ୟକ୍ରମ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମ ଆଜିଠୁ ଆରମ୍ଭ ହୋଇ ଆସନ୍ତା ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଚଳିବାକୁ ଥିବା ବେଳେ ଆଜି ପୁଲିସ ପ୍ରଶାସନ ତରଫରୁ ଆୟୋଜିତ ଏହି କାର୍ୟ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତ ପୁଲିସ କର୍ମଚାରୀ ଦୁର୍ନୀତି ମୁକ୍ତ ସମାଜ, ଭାରତ ଗଠନ ସମ୍ପର୍କିତ ଶପଥ ପାଠ କରିଥିଲେ।

Comments are closed.