ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ମାଓପ୍ରବଣ ୨୮ଟି ବୁଥ ପ୍ରତି ପୁଲିସର କଡା ନଜର, ଛତିଶଗଡ ସୀମାନ୍ତ ସିଲ

ନବରଙ୍ଗପୁର: ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ବୁଧବାରରେ ଝରିଗାଁ ବ୍ଲକ ଓ ଚନ୍ଦାହାଣ୍ଡିବ୍ଲକରେ ଅନୁଷ୍ଠିତ ହେବ।ଏଠାରେ ମୋଟ ୪୧ଟି ବୁଥରେ ଭୋଟ ଗ୍ରହଣ କରାଯିବ। ଝରିଗାଁ ବ୍ଳକ ୨୫୭ଟି ବୁଥ ମଧ୍ୟରୁ ଓ ୩୬ଟି ସମ୍ବେଦନଶୀଳ, ୨ଟି ଅତି ସମ୍ବେଦନଶୀଳ ଓ ୧୦ଟି ମାଓପ୍ରବଣ ବୁଥ ରହିଛି। ଏହି ବ୍ଲକରେ ୩ଟି ଜିଲା ପରିଷଦ ସଭ୍ୟ ପାଇଁ ୯ଜଣ ପ୍ରାର୍ଥୀ ଥିବାବେଳେ ସମିତିସଭ୍ୟ ୨୩ ପାଇଁ ୭୯ ଜଣ ପ୍ରାର୍ଥୀ, ସରପଞ୍ଚ ୨୩ଟି ପାଇଁ ୭୮ଜଣ ପ୍ରାର୍ଥୀ , ୱାର୍ଡସଭ୍ୟ ୨୫୭ ପଦବୀ ରହିଥିବାବେଳ ମାତ୍ର ୯୧ ଜଣ ପ୍ରାର୍ଥୀ ରହିଛନ୍ତି। ଏହି ବ୍ଲକର ୨୩ ଟି ଗ୍ରାମ ପଞ୍ଚାୟତର ୨୫୭ ବୁଥରେ ମୋଟ ଭୋଟର ୯୯୦୮୦ ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ। ସେହିପରି ଚନ୍ଦାହାଣ୍ଡିବ୍ଲକର ୧୫୮ ଟି ବୁଥରେ ଭୋଟ ଗ୍ରହଣ କରାଯିବ। ଏହିବ୍ଲକର ୧୬ଟି ବୁଥ ସମ୍ବେଦନଶୀଳ, ୧୯ଟି ଅତିସମ୍ବେଦନଶୀଳ ଓ ୧୯ଟିବୁଥ୍‍ ମାଓପ୍ରବଣ ରହିଛି। ଏହିବ୍ଳକରେ ୨ଟି ଜିଲା ପରିଷଦ ସଭ୍ୟ ପାଇଁ ୬ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ବିତା କରୁଥିବାବେଳେ ସମିତିସଭ୍ୟ ୧୩ଟି ପାଇଁ ୪୨ ଜଣ ପ୍ରାର୍ଥୀ, ୧୪ଟି ସରପଞ୍ଚ ପାଇଁ ପ୍ରାର୍ଥୀ ୫୦ ଜଣ ପ୍ରାର୍ଥୀ ଓ ୱାର୍ଡ ସଭ୍ୟ ୧୫୮ ପାଇଁ ମାତ୍ର ୪୬ ଜଣ ପ୍ରାର୍ଥୀ ରହିଛନ୍ତି। ତେବେ ବଳକା ୱାର୍ଡସଭ୍ୟ ପାଇଁ ଅପ୍ରତିଦ୍ୱନ୍ଦ୍ବୀ ହୋଇଥିବା ଜଣାପଡିଛି। ଏହିବ୍ଲକରେ ୧୪ ଟି ଗ୍ରାମପଞ୍ଚାୟତର ୧୫୮ଟି ବୁଥରେ ମୋଟ ୫୧୬୫୨ ଭୋଟର ଭୋଟଦାନ କରିବେ।

ମଙ୍ଗବାରଦିନ ଅପରାହ୍ନ ସୁଦ୍ଧା ସମସ୍ତ ବୁଥରେ ପୋଲିଂ ଅଧିକାରୀ ମାନେ ପହଞ୍ଚିଥିବାବେଳେ ସମସ୍ତ ବୁଥରେ ବୁଧବାର ଦିନ ଭୋଟ ଗ୍ରହଣ କରାଯିବ। ଜିଲାପାଳ ଡଃ.କମଳ ଲୋଚନ ମିଶ୍ର ଓ ଏସପି ପିଏସ ପୁରୁଷୋତ୍ତମ ଦାସ ଏହି ଦୁଇଟି ବ୍ଲକୁ ଗସ୍ତ କରି ନିର୍ବାଚନ କାର୍ଯ୍ୟର ଅନୁଧ୍ୟାନ କରିଥିଲୋ ତେବେ ଝରିଗାଁ ଓ ଚନ୍ଦାହାଣ୍ଡି ବ୍ଳକ ଅଞ୍ଚଳର ମୋଟ ୨୯ଟି ବୁଥ ମାଓପ୍ରବଣ ଥିବାରୁ ପୁଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ପୁଲିସ ପକ୍ଷରୁ ପଡୋଶୀ ଛତିଶଗଡ ରାଜ୍ୟର ସୀମାନ୍ତ ଓ କଳାହାଣ୍ଡି ଜିଲା ସୀମାନ୍ତକୁ ସିଲ କରାଯିବା ସହିତ ବ୍ୟାପକ ଯାଞ୍ଚ କରାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହା ସହିତ ପୁଲିସ ପେଟ୍ରାଲିଂ ବ୍ୟବସ୍ଥାକୁ ଅଧିକ କଡକଡି କରାଯାଇଛି। ଭୋଟର ମାନେ ଯେଭଳି ସୁରୁଖୁରୁରେ ଭୋଟଗ୍ରହଣ କେନ୍ଦ୍ରରେ ପହଞ୍ଚି ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ ସେଥିପ୍ରତି ପଦକ୍ଷେପ ନିଆଯାଇଥିବା ଜିଲା ପ୍ରଶାସନ ପକ୍ଷରୁ ପ୍ରକାଶ କରାଯାଇଛି।

Comments are closed.