ଘର ଖଣ୍ଡିକ ପାଇଁ ଭିନକ୍ଷମ ବୃଦ୍ଧାଙ୍କ ଆକୁଳ ନିବେଦନ, ଭଙ୍ଗା ଚାଳଘରେ ବିତୁଛି ଜୀବନ

ନବରଙ୍ଗପୁର: ବୟସ ଆସି ଅପରାହ୍ନରେ ଏପର୍ଯ୍ୟନ୍ତ ଜଣେ ବୃଦ୍ଧା ଭିନକ୍ଷମଙ୍କୁ ମିଳୁପାରୁନାହିଁ ଘର ଖଣ୍ଡିଏ, ଦୁର୍ଦ୍ଧିନ ରେ ଭଙ୍ଗା ଚାଳଘରେ କଟୁଛି ଜୀବନ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ମଧ୍ୟ ମାଳିଗୁଡା ପଂଚାୟତର ସଦର ମହକୁମା ଠାରେ ଏଠାରେ ରହୁଥିବା ମୁକୁନ୍ଦ ଅମନାତ୍ୟା ବୟସ ୭୪ ତାଙ୍କର ଡାହାଣ ଗୋଡ଼ ଅକର୍ମଣ୍ୟ ହୋଇ ଚାଲି ପାରୁନାହିଁ, ଭିନକ୍ଷମ ହୋଇ ଘରେ ପଡିରହିଅଛି। ସ୍ତ୍ରୀ କୁନି ଅମାନାତ୍ୟା ବୟସ ୭୩ କୁଲି କାମ କରି ଘର ଚଳାଏ, ସେମାନେ ଏକ ଭଙ୍ଗା ଚାଳ ଘରେ ଦୁର୍ଦ୍ଧିନରେ ଜୀବନ କଟାଉଥିବା ବେଳେ ମୁକୁନ୍ଦକୁ ଭିନକ୍ଷମ ଭତା ବାବଦରେ ୫୦୦ ମିଳୁଥିବା ବେଳେ ସ୍ତ୍ରୀ କୁନିକୁ ଏ ପର୍ଯ୍ୟନ୍ତ ମିଳିପାରୁନି ବାର୍ଦ୍ଧକ୍ୟ ଭତା, ଘରର ଛାତ ଫାଟି ରାତ୍ରରେ ଜହ୍ନ ଦେଖା ଦେଉଛି। ଘର ଖଣ୍ଡିକ ପାଇଁ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ଏବଂ ବ୍ଲକ କାର୍ଯ୍ୟାଳୟକୁ ଯାଇ ଯାଇ ଶେଷରେ ଘର ନ ମିଳିବାରୁ ମୁଣ୍ଡରେ ହାତ ଦେଇ ବସିଛନ୍ତି ବୃଦ୍ଧା ଦମ୍ପତି। ଜୀବନର ଶେଷ ମୁହୂର୍ତ୍ତରେ ଘର ଖଣ୍ଡିକ ମିଳିଲେ ଅନ୍ତତଃ ଶାନ୍ତି ରେ ରହି ପାରିବୁ ବୋଲି ଭିନକ୍ଷମ ଜନକ ଗୁହାରି କରିଛନ୍ତି। ଏପଟେ ସ୍ଥାନୀୟ ଲୋକଙ୍କ କହିବା ଅନୁଯାଇ ବୃଦ୍ଧା ଦମ୍ପତିଙ୍କୁ ଘର ଖଣ୍ଡିକ ଏବଂ ସ୍ତ୍ରୀ କୁନି କୁ ବାର୍ଦ୍ଧକ୍ୟ ଭତ୍ତା ଶୀଘ୍ର ଯୋଗାଇ ଦେବାପାଇଁ ସାଧାରଣରେ ଦାବି କରିଛନ୍ତି।

Comments are closed.