ଦ୍ୱାଦଶ ଭୋଟର ଦିବସ ପାଳିତ

ନବରଙ୍ଗପୁର: ଆଜି ସାରା ଦେଶରେ ଦ୍ୱାଦଶ ଭୋଟର ଦିବସ ପାଳନ କରିବା ଅବସରରେ, ଭାରତର ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପ୍ରକାରେ ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ଏହି ଦିବସ ପାଳନ କରାଯାଇଛି। ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ମିଶନ ଶକ୍ତି ସଭା ଗୃହରେ ଜିଲ୍ଲା ସ୍ତରୀୟ ଭୋଟର ଦିବସ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ହଳଧର ନିହାଲ ପରିଚାଳନା କରିଥିଲେ। ଏହି ଦିବସରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ, ଭାସ୍କର ରଇତ, ଉପ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ, ଅତିରିକ୍ତ ଉପ ଜିଲ୍ଲାପାଳ, ପ୍ରଶାନ୍ତ କୁମାର ରାଉତ, ଡେପୁଟି ଜିଲ୍ଲାପାଳ ନିର୍ମଳ ନାୟକ, ସହାୟକ ଜିଲ୍ଲାପାଳ, ଚଇନୁ ଗଣ୍ଡ, ଅଶୋକ ଚକ୍ରବର୍ତ୍ତୀ ପ୍ରମୂଖ ଉପସ୍ଥିତ ଥିଲେ।

ଏହି ଦିବସ ପାଳନ ଅବସରରେ ଜିଲ୍ଲାପାଳ ଡ଼ଃ ମିଶ୍ର ଉପସ୍ଥିତ ଥିବା ସମସ୍ତ ପଦାଧିକାରୀ ଛାତ୍ର ଛାତ୍ରୀ ଙ୍କୁ ମତଦାତାଙ୍କ ସଂକଳ୍ପ ପାଠ କରାଇଥିଲେ, ଭାରତର ନାଗରିକ ବୃନ୍ଦ, ଗଣତନ୍ତ୍ର ରେ ନିଜର ପୂର୍ଣ ଅସ୍ଥା ରଖି ଆମେ ନିଜ ଦେଶର ଗଣତାନ୍ତ୍ରିକ ପରମ୍ପରା ର ମର୍ଯ୍ୟାଦା ବଜାୟ ରଖିବୁ ତଥା ମୁକ୍ତ, ଅବାଧ ଏବଂ ଶାନ୍ତିପୂର୍ଣ୍ଣ ନିର୍ବାଚନ ର ଗାରିମା କୁ ଅକ୍ଷୁର୍ଣ୍ଣ ରଖି, ନିର୍ଭୀକ ହୋଇ, ଜାତି, ଧର୍ମ, ବର୍ଣ୍ଣ, ଗୋଷ୍ଠୀ, ଭାଷା ଅଥବା ଅନ୍ୟ କୌଣସି ପ୍ରଲଭୋନରେ ପ୍ରଭାବିତ ନ ହୋଇ ପ୍ରତ୍ୟେକ ନିର୍ବାଚନରେ ନିଜ ମାତାଧିକାର ର ପ୍ରୟୋଗ କରିବୁ ବୋଲି ଶପଥ ପାଠ କରାଇଥିଲେ। ସେହିପରି ୨୦୨୧-୨୨ ବର୍ଷ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଅଗଷ୍ଟ ୨୦୨୧ ରେ ଆରମ୍ଭ ହୋଇ ଚୂଡାନ୍ତ ଭୋଟର ତାଲିକା ତା ୦୫.୦୧.୨୦୨୨ ରିଖ ଦିନ ପ୍ରକାଶ ପାଇଅଛି। ବର୍ତ୍ତମାନ ଜିଲ୍ଲାରେ ମୋଟ ଭୋଟର ସଂଖ୍ୟା ୮,୫୨,୯୯୬ ରହିଛନ୍ତି। ସେହି ପରି ନବରଙ୍ଗପୁର ଜିଲ୍ଲାରେ ୨୦୨୧ ଭୋଟର ତାଲିକାରେ ଭୋଟର ସଂଖ୍ୟା ୮,୩୩,୨୪୮ ଥିଲେ, ନୂତନ ଭାବେ ଜଡ଼ିତ ଭୋଟର ସଂଖ୍ୟା ୧୯,୭୪୮ ସର୍ବମୋଟ ୨୦୨୨ ଭୋଟର ତାଲିକାରେ ଭୋଟର ସଂଖ୍ୟା ୮,୫୨,୯୯୬ , ସେଥି ମଧ୍ୟରୁ ୧୮ ବର୍ଷରୁ ଅଧିକ ନୂତନ ଭୋଟର ଙ୍କ ସଂଖ୍ୟା ୧୨,୨୪୯।

ଚଳିତ ୨୦୨୨ ବର୍ଷ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ରେ ନବରଙ୍ଗପୁର ଜିଲ୍ଲାରେ ସର୍ବାଧିକ ୪୭,୮୧୫ ଫର୍ମ ଅନ-ଲାଇନ ମାଧ୍ୟମରେ କରାଯାଇଥିବାରୁ, ନବରଙ୍ଗପୁର ଜିଲ୍ଲାପାଳ ରାଜ୍ୟ ସ୍ତରରେ ସମ୍ମାନୀତ ହୋଇଛନ୍ତି। ସେହିପରି ୭୬-ଡାବୁଗାଁଏବଂ ୭୪- ଝରିଗାଁ ନିର୍ବାଚନ ମଣ୍ଡଳୀ ରେ ଶତ ପ୍ରତିଶତ ଫର୍ମ ଅନ-ଲାଇନ ମାଧ୍ୟମରେ କରାଯାଇ ଥିବାରୁ ଏବଂ ୭୫-ନବରଙ୍ଗପୁର ନିର୍ବାଚନ ମଣ୍ଡଳୀ ରେ ୧୮-୧୯ ବର୍ଗର ଭୋଟର ସର୍ବାଧିକ ୩୭୦୭ ଜଣ ଯୋଗ ହୋଇଥିବାରୁ, ନବରଙ୍ଗପୁର ଉପ ଜିଲ୍ଲାପାଳ ରାଜ୍ୟ ସ୍ତରରେ ସମ୍ମାନୀତ ହୋଇଛନ୍ତି। ୨୦୨୨ ବର୍ଷ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ରେ ଉତ୍ତମ ପ୍ରଦର୍ଶନ ପାଇଁ ନିମ୍ନ ଲିଖିତ ବ୍ଲକ ସ୍ତରୀୟ ଏବଂ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଅଧିକାରୀ ମାନଙ୍କୁ ଜିଲ୍ଲା ସ୍ତରରେ ସମ୍ମାନୀତ କରାଯାଇଥିଲା। ମୋହନ ଚନ୍ଦ୍ର ମୁଦୁଲି, ବିରଞ୍ଚି ସୁନାନୀ, ବିଭୂତି ଭୂଷଣ ମହାନନ୍ଦିଆ, ରାଜେନ୍ଦ୍ର ହଲବା, ରାମେଶ୍ୱର ନାୟକ, ବଂଶୀଧର ଛୋଟଇ, ନବଘନ ଗୌଡ଼, ଲଳିତ କୁମାର ନାୟକ, ପ୍ରଦୀପ କୁମାର ହରିଜନ, ଅର୍ଣ୍ଣପୂର୍ଣା ସ୍ୱାଇଁ, ବଜେନ୍ଦ୍ର କୁମାର ଖଣ୍ଡପାନ, ଫଗୁଣ ଖଣ୍ଡପାନ। ଭୋଟର ତାଲିକାରେ ନୂତନ ଭାବେ ଜଡିତ ହୋଇଥିବା ଏଗାର ଜଣ ଯୁବ ଭୋଟରଙ୍କୁ ଭୋଟ ପରିଚୟ ପତ୍ର ଜିଲ୍ଲାପାଳ ଡ଼ଃ ମିଶ୍ର ପ୍ରଦାନ କରିଥିଲେ। ଏହି ଦିବସ ପାଳନ ଅବସରରେ, ଜିଲ୍ଲାରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ବକୃତା, ଚିତ୍ରାଙ୍କନ ଓ କୁଇଜ ପ୍ରତିଯୋଗିତା କରାଯାଇଥିଲା ଏବଂ କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରିବା ସହ ନିର୍ବାଚନୀ ପ୍ରକ୍ରିୟାରେ ଭାଗ ନେବା ପାଇଁ ଉତ୍ସାହିତ କରାଯାଇଥିଲା। ସେହିପରି ଅନୁରୂପ ଭାବେ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ ଉପସ୍ଥିତ ଥିବା ସମସ୍ତ ପଦାଧିକାରୀ ଏବଂ କର୍ମଚାରୀଙ୍କୁ ଶପଥ ପାଠ କରାଇଥିଲେ।

Comments are closed.